କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ୍ ଚେନ୍ନାଇ । ଅସ୍ତବ୍ୟସ୍ତ ହୋଇପଡ଼ିଛି ମହାନଗରୀ । ବର୍ଷା ଯୋଗୁଁ ଚେନ୍ନାଇରେ ଜୀବନ ଯାତ୍ରା ଠପ୍ ହୋଇଯାଇଛି । ମହାନଗରୀର ଅଧିକାଂଶ ଅଂଚଳ ଏବେ ପାଣି ଘେରରେ । ଏଭଳି ସ୍ଥିତିରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ଯୋଗୁଁ ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ ରହିଛି । ଚେନ୍ନାଇରେ ୧୦୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ବର୍ଷାରେ ଏଯାଏଁ ୮ଜଣଙ୍କ ମୃତ୍ୟୁ ହେଲାଣି । ଅନେକଙ୍କ ଆହତ ହେବାର ଖବର ପହଁଚୁଛି । କିଛି ସ୍ଥାନରେ ମାଟି ଅତଡା ଖସିଥିବା ବେଳେ ମାଟି ଘର ଧୋଇଯାଇଛି ।

image courtesy-http://www.thehindu.com
4th November, 2017 | 12:04 pm
You might also like
-
ପ୍ରାଇମ୍ ଟାଇମ୍ ବୁଲେଟିନ୍ : ୨୬/୦୪/୧୮
-
୧୯୯୪ ବିଶ୍ୱକପରେ ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲେ, ଏବେ ଭାରତରେ ହୃଦୟ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି ପାକିସ୍ତାନ ଖେଳାଳି
-
ଚୀନ ଓ ପାକିସ୍ତାନ ସାବଧାନ ! ଭାରତ କିଣିବ ୧୧୦ଟି ଅତ୍ୟାଧୁନିକ ଏଫ-୩୫ ଲଢୁଆ ବିମାନ, ଆକାଶ ମାର୍ଗରୁ ଶତୃପକ୍ଷଙ୍କୁ ଠାବ କରିବା ସହ ରହିଛି ଧ୍ୱଂସ କରିବାର କ୍ଷମତା ।
-
ସେନାରେ କାହିଁକି ମଦ ଉପରେ ନାହିଁ କଟକଣା ! ଜାଣନ୍ତୁ ଏହା ପଛର କିଛି କାରଣ