ସାବାଡ୍ ହେବେ କର୍ମଚାରୀ । ଏଣିକି ନିଶା ଖାଇ ଅଫିସ ଆସିଲେ ଧରାଇଦେବ ମେସିନ, ମୁହଁ ଦେଖି ଜାଣିପାରିବେ ଏଚଆର

280

ସାବାଡ ହେବେ ନିଶାଖୋର କର୍ମଚାରୀ । ଏଣିକି ମଦ୍ୟପାନ ତଥା ନିଶାଶକ୍ତ ଅବସ୍ଥାରେ ଅଫିସ ଆସିଲେ ଧରାଇଦେବ ମେସିନ୍ । ଆଉ ଏହାର ସୂଚନା ସିଧା କଂପାନୀର ଏଚଆରଙ୍କ ନିକଟକୁ ପଠାଇଦେବ ଏହି ସ୍ମାର୍ଟ ମେସିନ । ଚେନ୍ନାଇର ରେମକୋ ନାମକ କଂପାନୀ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରିଛି, ଯାହାକି କର୍ମଚାରୀଙ୍କର କେବଳ ଚେହେରା ଦେଖି ହିଁ ଜଣାପଡିଯିବ କି ସେ ନିଶାରେ ଅଛନ୍ତି କି ନାହିଁ , ଆଉ ଯଦିବି ଅଛନ୍ତି ତେବେ ସେ କେତେମାତ୍ରାରେ ଅଛନ୍ତି ।

ଫେସିଆଲ ରିକଗନିସନ ଆଟେଣ୍ଡାନ୍ସ ସିଷ୍ଟମ(Facial Recognition Attendance System) ଏଭଳି ଏକ ସିଷ୍ଟମ ଯେଉଁଥିରେ କର୍ମଚାରୀଙ୍କ ନିଶ୍ୱାସରୁ ହିଁ ଜଣାପଡିଯିବ କି ସେ କେତେ ନିଶାରେ ଅଛନ୍ତି । ଏହି ସିଷ୍ଟମରେ ଏଭଳି ଟେକନିକ ବ୍ୟବହାର କରାଯାଇଛି, ଯେଉଁଥିରେ କୌଣସି ବି ନିଶାଶକ୍ତ କର୍ମଚାରୀଙ୍କ ମୁହଁ ଦେଖି ହିଁ ତାର ସୂଚନା ତତକ୍ଷଣାତ୍ ଏଚଆରଙ୍କ ନିକଟରେ ପହଂଚାଇଦେବ ।

ତେବେ କଂପାନୀର ଦାବି ରହିଛି ଯେ, ଏହି ଶତପ୍ରତିଶତ ସଠିକ୍ ସୂଚନା ଦେବ । ଏହି ଟେକନିକରୁ ଅଫିସରେ ନିଶା ଖାଇ ବସୁଥିବା କର୍ମଚାରୀଙ୍କୁ ତୁରନ୍ତ ଧରାପଡିବେ । କଂପାନୀ ଅନୁସାରେ, ଏହି ସିଷ୍ଟମରେ ବର୍ତ୍ତମାନ ଆଲକହଲ ନେଉଥିବା କର୍ମଚାରୀଙ୍କର ଚିହ୍ନଟ କରିହେବ । କିନ୍ତୁ କଂପାନୀ ତରଫରୁ ଖୁବ୍ ଶୀଘ୍ର ଏଭଳି ସିଷ୍ଟମ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ଡ୍ରେଗ୍ସ ନେଉଥିବା ବ୍ୟକ୍ତିଙ୍କୁ ବି ଅତି ସହଜରେ ଚିହ୍ନଟ କରାଯାଇପାରିବ ।