କ୍ୟାମେରାରେ ଧରାପଡିଲା ସଜ ମାଛର ସତ ! ମିଶାଯାଉଛି ଫର୍ମାଲ୍ ଡିହାଇଡ୍, କ୍ୟାନ୍ସରର କାରଣ ହୋଇପାରେ ଏହି କେମିକାଲ୍

113

କନକ ବ୍ୟୁରୋ : ତଟକା ମାଛରେ ବିଷ । ବାଜରରୁ ଆପଣ କିଣିଆଣି ଖାଉଥିବା ସମୁଦ୍ର ମାଛରେ ରହିଛି ମାରାତ୍ମକ ବିଷ । ଏକଥା କନକ ନ୍ୟୁଜ କ୍ୟାମେରାରେ ସ୍ୱୀକାର କରିଛନ୍ତି ଖୋଦ ଜଣେ ମାଛ ଧରାଳି । ଅସ୍ତରଙ୍ଗ ସମୁଦ୍ରରୁ ମାଛ ମାରି ଆଣୁଥିବା ବ୍ୟବସାୟୀ ଏହାକୁ ଦୀର୍ଘଦିନ ତାଜା ରଖିବା ପାଇଁ ବ୍ୟବହାର କରୁଛନ୍ତି ଫର୍ମାଲ ଡିହାଇଡ ନାମକ ଏକ ମାରାତ୍ମକ ରାସାୟନିକ ପଦାର୍ଥ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି କେମିକାଲ ମୃତେଦହକୁ ସଂରକ୍ଷଣ କରିବାକୁ ବ୍ୟବହାର ହୁଏ ।

vlcsnap-2017-10-03-17h06m35s710ଅର୍ଥାତ ମଣିଷ ମରିବା ପରେ ତାର ମୃତଦେହ ଯେପରି ଶଢିନଯାଏ, ସେଥିପାଇଁ ଏହି କେମିକାଲ ଦେଇ ସଂରକ୍ଷିତ କରାଯାଏ । ଠିକ ସେମିତି ମାଛ ଯେପରି ପଚିଶଢି ନଯିବ ସେଥିପାଇଁ ଏହି କେମିକାଲ ଦେଇ ସଂରକ୍ଷିତ କରୁଛନ୍ତି ମାଛ ବ୍ୟବସାୟୀ । ସମୁଦ୍ରରୁ ମାଛ ମାରିବା ପରେ ସାଧାରଣତଃ ବରଫ ଦେଇ ଏହାକୁ ସଂରକ୍ଷିତ କରାଯାଏ । କିନ୍ତୁ ବରଫ ବାବଦରେ ହେଉଥିବା ଖର୍ଚ୍ଚଠାରୁ ଏହି କେମିକାଲର ମୂଲ୍ୟ କମ୍ ଓ କମ୍ ପରିମାଣର କେମିକାଲ ଅଧିକ ପରିମାଣର ମାଛ ସଂରକ୍ଷିତ ରଖିବାକୁ ସକ୍ଷମ ହୋଇଥିବାରୁ ମାଛ ବ୍ୟବାସୟୀଙ୍କର ଏହା ପ୍ରଥମ ପସନ୍ଦ ।

ସବୁଠାରୁ ବଡ କଥା ହେଉଛି ବରଫରେ ମାଛ ପ୍ରାୟ ୫ରୁ ୬ଦିନ ସଂରକ୍ଷିତ ରହୁଥିବାବେଳେ ଫର୍ମାଲ ଡିହାଇଡ ପରି କେମିକାଲ ଏହାକୁ ମାସାଧିକ କାଳ ତାଜା କରି ରଖିପାରୁଛି । ମଣିଷ ଶରୀରରେ ଏହାର ମାରାତ୍ମକ ପ୍ରଭାବ ରହୁଥିବା ଜାଣି ମଧ୍ୟ ମାଛ ମାଲିକଙ୍କ ଚାପରେ ଏହି କେମିକାଲ ମିଶାଇବାକୁ ବାଧ୍ୟ ହେଉଛନ୍ତି ମାଛ ମରାଳି । ବରଫ ବାବଦରେ ଖର୍ଚ୍ଚ କମ କରିବା ପାଇଁ ଏହି କେମିକାଲକୁ ସେମାନେ ବ୍ୟବହାର କରୁଛନ୍ତି ।

chemical in fishକନକ ନ୍ୟୁଜକୁ ମିଳିଥିବା ତଥ୍ୟ ଅନୁସାରେ ଅସ୍ତରଙ୍ଗରେ ପ୍ରାୟ ସମସ୍ତ ମାଛ ବ୍ୟବସାୟୀ ଏହି କେମିକାଲକୁ ବ୍ୟବହାର କରିଥାନ୍ତି । ଏକ କ୍ୱିଂଟାଲ ମାଛରେ ସର୍ବାଧିକ ୪ ଠିପି କେମିକାଲ ଡିହାଇଡ ମାଶାଇଲେ ଏହା ମାଛକୁ ମାସାଧିକ କାଳ ତାଜା ରଖିବାକୁ ସମର୍ଥ ହୋଇଥାଏ । ପ୍ରଥମେ ଏକ ପାତ୍ରରେ ପାଣି ଆଣି ସେଥିରେ ୨ ରୁ ୩ ଠିପି ଫର୍ମାଡ ଡିହାଇଡ କେମିକାଲ ମିଶାଇବାକୁ ପଡିଥାଏ । ଏଥିରେ ମାଛକୁ ୨ରୁ ୩ ଘଂଟା ବୁଡାଇ ରଖିଲେ ତାହା ମାସେରୁ ୨ ମାସ ପର୍ଯ୍ୟନ୍ତ ତାଜା ରହିବ ବୋଲି କନକ ନ୍ୟୁଜ କ୍ୟାମେରାରେ ସ୍ୱୀକାର କରିଛନ୍ତି ମାଛ ଧରାଳି ।

ଏହାରି ଭିତରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଏତେ ମାରାତ୍ମକ କେମିକାଲ ଅସ୍ତରଙ୍ଗକୁ ଆସୁଛି କେଉଁଠୁ । ସୂଚନା ଅନୁସାରେ ପାଦାରୀପରୁ ବେଆଇନ ଭାବେ ଏହି ଫର୍ମାଲ ଡିହାଇଡ କେମିକାଲ ଦେବୀ ନଦୀ ଦେଇ ବେଆଇନ ଭାବେ ଆସୁଛି । ମାଛରେ ଏହାର ବ୍ୟବହାର ବେଆଇନ ହୋଇଥିବାବେଳେ ବେଧଡକ ଭାବେ ଏଭଳି ମାଛରେ ଦିଆଯାଉଛି ଜହର ।

ତଟକା ମାଛ ନାଁରେ ଆପଣଙ୍କୁ ସିଧାସଳଖ ବିକ୍ରି ହେଉଛି ଜହର । ଡାକ୍ତରଙ୍କ କହିବା ଅନୁସାରେ ଏହି କେମିକାଲର ଭୟାବହତା ଏତେ ଯେ, କେବଳ ମୃତଦେହକୁ ଦୀର୍ଘଦିନ ସଂରକ୍ଷିତ ରଖିବା ପାଇଁ ଏହାକୁ ବ୍ୟବହାର କରାଯାଉଛି । ପୂର୍ବରୁ ଡାକ୍ତରମାନେ ଓଟିରେ ଏହି କେମିକାଲ ବ୍ୟବହାର କରୁଥିଲେ । ଅସ୍ତ୍ରୋପଚାର ଉପକରଣର ବିସୁଦ୍ଧିକରଣ ପାଇଁ ବ୍ୟବହାର କରାଯାଉଥିଲା । ହେଲେ ଏହାର ଭୟାବହତାକୁ ଦେଖି ତାକୁ ମଧ୍ୟ ବ୍ୟାନ କରାଯାଇଛି । ମାଛ ଦେହରେ ଏହି ବିଷ ସିଧାସଳଖ ମଣିଷ ଶରୀରକୁ ଗଲେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ଏପରିକି ଏହା କ୍ୟାନସରର କାରଣ ମଧ୍ୟ ହୋଇପାରେ ।