ଧନତେରସରେ କିଣୁଛନ୍ତି କି ସୁନା ? ଏମିତି ଚେକ୍ କରନ୍ତୁ ସୁନାର କ୍ୟାରେଟ୍ ।

ସୁନା କିଣିବା ପୂର୍ବରୁ ପରଖି ନିଅନ୍ତୁ ତାହାର ଗୁଣ, ସୁନା କିଣିବାରେ ହେବ ସହଜ

118

ଯେତେବେଳେ ଅଳଙ୍କାର କିଣାଯାଏ ବା ବିକ୍ରି କରାଯାଏ, ମୂଲ୍ୟ ଜାଣିବା ପୂର୍ବରୁ ପ୍ରଥମେ ତାହାର ଶୁଦ୍ଧତାର ବିଶ୍ଲେଷଣ କରାଯାଏ । ସୁନାର ମୂଲ୍ୟ ତାହାର ଶୁଦ୍ଧତାରୁ ନିର୍ଦ୍ଧାରିତ ହୋଇଥାଏ, ଯେଉଁଥିରେ କ୍ୟାରେଟ୍ ବି ମପାଯାଏ । ସମାନ ଓଜନର ଦୁଇଟି ଖଣ୍ଡକୁ କ୍ୟାରେଟ୍ ଆଧାରରେ ଭିନ୍ନ ଭିନ୍ନ ମୂଲ୍ୟ ଦିଆଯାଏ । ସୁନାର ଶୁଦ୍ଧ ରୂପ ୨୪ କ୍ୟାରେଟ୍(୯୯.୯୯ ପ୍ରତିଶତ) ହୋଇଥାଏ । ଯେବେକି ୨୪ କ୍ୟାରେଟ୍ ସୁନା ନରମ ହୋଇଥାଏ ଓ ତାହାର ଆକାର ବିଗିଡିପାରେ । ମଜବୁତ ଓ ଡିଜାଇନ ପାଇଁ ସେଥିରେ ଅନ୍ୟ ଧାତୁ ମିଶାଯାଏ । ଏହା ଦ୍ୱାରା ସୁନ୍ଦର ଡିଜାଇନ୍ ପ୍ରସ୍ତୁତ କରିବାରେ ସହାୟତା ମିଳେ ।

କ୍ୟାରେଟ୍ ଯେତେ ଅଧିକ ହେବ, ସୁନାର ଅଳଙ୍କାର ସେତେ ହିଁ ମହଙ୍ଗା ହେବ । ଉଚ୍ଚ କ୍ୟାରେଟ୍ ର ଅର୍ଥ ଅଳଙ୍କାରରେ ସୁନା ଅଧିକ ଏବଂ ଅନ୍ୟ ଧାତୁ କମ୍ । ସୁନାର ଶୁଦ୍ଧତା ବିଷୟରେ ଜାଣିବା ପାଇଁ ନିମ୍ନରେ କିଛି ତଥ୍ୟ ଦିଆଯାଇଛି ।

୨୪ କ୍ୟାରେଟ୍ ସୁନା : ଏହା ଶୁଦ୍ଧ ସୁନା ଓ ସଙ୍କେତ ଦିଏ କି ସମସ୍ତ ୨୪ ଭାଗ ଶୁଦ୍ଧ ଓ ଏଥିରେ ଅନ୍ୟ ଧାତୁ ମିଶି ନାହିଁ । ଏହାର ରଙ୍ଗ ସ୍ପଷ୍ଟ ରୂପରେ ଉଜ୍ଜ୍ୱଳ ହଳଦିଆ ରଙ୍ଗ ହୋଇଥାଏ । ଓ ଅନ୍ୟ କିସମ ତୁଳନାରେ ମହଙ୍ଗା ହୋଇଥାଏ ।

୨୨ କ୍ୟାରେଟ୍ ସୁନା : ଏହାର ଅର୍ଥ ଅଳଙ୍କାରରେ ୨୨ ଭାଗ ସୁନା ଅଛି ଓ ଶେଷ ୨ ଭାଗ ଅନ୍ୟାନ୍ୟ ଧାତୁ ଅଛି । ଏହି ପ୍ରକାରର ସୁନା ଅଳଙ୍କାର ତିଆରି କରିବାରେ ପ୍ରୟୋଗ ହୋଇଥାଏ । କାହିଁକିନା ଏହା ୨୪ କ୍ୟାରେଟ୍ ସୁନା ଠାରୁ ଅଧିକ କଠିନ ହୋଇଥାଏ ।

ଶୁଦ୍ଧତାର ଚିହ୍ନ : ଯେଉଁଥିରେ ସୁନାର ମାତ୍ରାର ମୂଲ୍ୟାଙ୍କନ କରାଯାଇଥିବ ଓ ଶୁଦ୍ଧତାର ଅନ୍ତର୍ଜାତୀୟ ମାନକକୁ ପାଳନ କରାଯାଇଥିିବ, ତାହା ହଲମାର୍କ ଅଳଙ୍କାର । ଏହି ମାର୍କ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଦିଆଯାଇଥାଏ ।