ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରର ଏକ୍ସପାୟରୀ ଡେଟ୍ ଅଛି କି ନାହିଁ ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ, ସୁରକ୍ଷିତ ରହିବ ଜୀବନ

379

ଅନେକ ସମୟରେ ଆମେ ଖାଇବା ପିଇବା ସାମଗ୍ରୀର ଏକ୍ସପାୟରୀ ଡେଟ ପ୍ରତି ଧ୍ୟାନ ଦେଉ । କାରଣ ଏକ୍ସପାୟରୀ ଡେଟ୍ ଚାଲିଗଲେ ଖାଦ୍ୟପେୟ ଗ୍ରହଣ କରିବା ଶରୀର ପାଇଁ କ୍ଷତିକାରକ । ସେହିପରି ଔଷଧର ଏକ୍ସପାରୀ ଡେଟକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଏ । ଏକ୍ସପାରୀ ଡେଟ ପାଖେଇ ଆସିଲା ମାତ୍ରେ ହିଁ ଏହି ସାମଗ୍ରୀକୁ ତୁରନ୍ତ ଘର ବାହାରକୁ ଫୋପାଡି ଦେଇଥାଉ । କିନ୍ତୁ ଆପଣ ଜାଣନ୍ତି କି ରନ୍ଧନ ଗ୍ୟାସର ମଧ୍ୟ ଏକ୍ସାପାୟରୀ ଡେଟ୍ ପଳାଇଯାଏ । ତେବେ କିଛି ଲୋକ ଜାଣି ଜାଣି ବ୍ୟବହାର କରାଯାଉଥିବା ଗ୍ୟାସ ସିଲିଣ୍ଡର ଏକ୍ସପାରୀ ଡେଟକୁ ଅଣଦେଖା କରିଥାନ୍ତି । ଯାହା ଖୁବ ଭୟଙ୍କର ହୋଇପାରେ । ଏଥିପାଇଁ ଗ୍ୟାସ ସିଲିଣ୍ଡରର ଏକ୍ସପାୟରୀ ଡେଟ ଯାଂଚ କରିବା ଜରୁରୀ ।

ପ୍ରତ୍ୟେକ ଗ୍ୟାସ ସିଲିଣ୍ଡର ଉପରେ ଏହାର ଏକ୍ସପାୟରୀ ଡେଟ ଲେଖା ଯାଇଥାଏ । କିନ୍ତୁ ଏହା ବିଷୟରେ ବହୁତ କମ୍ ଲୋକ ଖାସ କରି ମହିଳାମାନେ ଏଥିପ୍ରତି ସଚେତନା ରଖିଥାନ୍ତି । ବିନା ଯାଂଚରେ ଘରେ ଉପୟୋଗ କରାଯାଉଥିବା ଗ୍ୟାସ ସିଲିଣ୍ଡର କ୍ଷତି ପହଂଚାଇବା ଅଧିକ ସମ୍ଭାବନା ରହିଛି । ଗ୍ୟାସ ସିଲିଣ୍ଡର ତିଆରି ହେବା ସମୟରେ ପ୍ଲାଂଟରେ ଏହାର ଏକ୍ସପାରୀ ଡେଟ ଲେଖା ଯାଇଥାଏ । କିନ୍ତୁ ଏହି ଡେଟ ମାର୍କେଟ ଡେଟ ଅନୁସାରେ ହୁଏ ନାହିଁ । ଏହାର ଏକ୍ସପାୟରୀ ଏକ କୋଡ ସହାୟତାରେ ତିଆରି ହୋଇଥାଏ । ଏଥିପାଇଁ ଉପଭୋକ୍ତାଙ୍କ ଧ୍ୟାନ ଏହା ଉପରେ ପଡେ ନାହିଁ । ଏହି କୋର୍ଡ ଗ୍ୟାସ ଏଜେନ୍ସି ମାଲିକ କିମ୍ବା ଗ୍ୟାସ କମ୍ପାନୀର ଅଧିକାରୀଙ୍କ ହୋଇଥାଏ ।

Lpg-gas-cylinder-expiry-date

ଗ୍ୟାସ ସିଲିଣ୍ଡର ଏକ୍ସପାୟରୀ ଡେଟ ଏକ ଖାସ କୋଡରେ ଲେଖାଯାଇଥାଏ । ଏହି କୋଡ ଆଲଫାବେଟ୍ ମୋଡରେ ରହିଥାଏ । ଗ୍ୟାସ ସିଲିଣ୍ଡରର ଉପରି ଭାଗରେ ଏହି କୋଡ ଏ,ବି,ସି,ଡି ରୂପରେ ଲେଖାଯାଇଥାଏ । ପ୍ରତ୍ୟେକ କୋଡ ବର୍ଷର ତିନିମାସ ବ୍ୟବଧାନରେ ରହିଛି । ଏହି କାରଣରୁ ହିଁ ଅନେକ ସମୟ ଡେଟ ଏକ୍ସପାୟରୀ ହେବା ପରେ ମଧ୍ୟ ଗ୍ୟାସ ସିଲିଣ୍ଡର ଉପଭୋକ୍ତାଙ୍କ ପାଖିକୁ ପହଂଚିଥାଏ । କେବଳ ଏତିକି ହିଁ ନୁହେଁ, ଗ୍ୟାସ ସିଲିଣ୍ଡର ଫାଟିବା ଫଛରେ ବି ଏହା ମୁଖ୍ୟ କାରଣ ବୋଲି କୁହାଯାଏ ।
ଏ – ଜାନୁୟାରୀରୁ ମାର୍ଚ୍ଚ
ବି – ଏପ୍ରିଲରୁ ଜୁନ
ସି – ଜୁଲାଇରୁ ସେପ୍ଟେମ୍ବର
ଡି- ଅକ୍ଟୋବରରୁ ଡିସେମ୍ବର
ଏ୧୫ – ସିଲିଣ୍ଡର ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ, ଡ଼ି୨୦-ସିଲିଣ୍ଡର ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ।