ଖାଦ୍ୟ ସାମଗ୍ରୀକୁ ଲାଗିଲା ଭେଜାଲର ନଜର ! ଦୀପାବଳୀ ଅବସରରେ ପାନମଧୁରୀ ଠାରୁ ଆରମ୍ଭ କରି ମଟର ପର୍ଯ୍ୟନ୍ତ ସବୁ ହେଉଛି ଭେଜାଲ୍ ।

128

ଆଲୋକର ପର୍ବ ଦୀପାବଳୀ ଆସିବାକୁ ମାତ୍ର ଚାରି ଦିନ ବାକି ଅଛି । ଘରେ ଅତିଥି ଏବଂ ପୂଜା ପାଇଁ ଖାଦ୍ୟ ସାମଗ୍ରୀର ଚାହିଦାକୁ ଆଖି ଆଗରେ ରଖି ବିଭିନ୍ନ ୟଖାଦ୍ୟ ସାମଗ୍ରୀରେ ଭେଜାଲ୍ କାମ ଏବେଠାରୁ ଆରମ୍ଭ ହୋଇଯାଇଛି । ଏହି ଦ୍ରବ୍ୟ ଖାଇବା ଦ୍ୱାରା ଆପଣ ଯେ ରୋଗକୁ ଡାକିଆଣିବେ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଏହି ଭେଜାଲ୍ ଖାଦ୍ୟପଦାର୍ଥକୁ ଆଖି ଆଗରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧୀକରଣ (ଏଫଏସଏସଏଆଇ) ଉତ୍ପାଦର ଘରୋଇ ଉପାୟ ବାହାର କରିଛନ୍ତି । ଏହାଦ୍ୱାରା ଆପଣ ଭେଜାଲ୍ ଖାଦ୍ୟପଦାର୍ଥର ଜାଞ୍ଚ୍ କରିପାରିବେ ।

ଗରମ ମସାଲାରେ କାଠଗୁଣ୍ଡ : ଗୋଟିଏ କାଚ ଗ୍ଲାସରେ ପାଣି ନିଅନ୍ତୁ ଏବଂ ଏଥିରେ ଗରମ ମସାଲା ପକାନ୍ତୁ । ଶୁଦ୍ଧ ଗରମ ମସାଲା ପାଣିରେ ଅଧିକ ରଙ୍ଗ ଛାଡିବ ନାହିଁ ଏବଂ ପାଣି ଉପରେ ଭାସିବାକୁ ଲାଗିବ । କିନ୍ତୁ ଭେଜାଲ୍ ମସାଲାରେ କାଠଗୁଣ୍ଡ ପାଣିରେ ରଙ୍ଗ ଛାଡିବା ସହ ଗ୍ଲାସ୍ ତଳେ ବସିଯିବ ।

କିଭଳି ଚିହ୍ନିବେ ରଙ୍ଗଦିଆ ସବୁଜ ମଟର :

କାଚ ଗ୍ଲାସରେ ସବୁଜ ମଟର କିଛି ପକାନ୍ତୁ । ଏବେ ମଟର ଥିବା ଗ୍ଲାସରେ ଅଧା ପର୍ଯ୍ୟନ୍ତ ପାଣି ପକାନ୍ତୁ । ଶୁଦ୍ଧ ମଟର ପାଣିରେ ରଙ୍ଗ ଛାଡିବ ନାହିଁ କିନ୍ତୁ ରଙ୍ଗଦିଆ ସବୁଜ ମଟର ପାଣିରେ ମିଶିବା ମାତ୍ରେ ପାଣିର ରଙ୍ଗ ସବୁଜ ହୋଇଯିବ ।

କିଭଳି ଜାଣିବେ ଅସଲି ହଳଦୀଗୁଣ୍ଡ :

କାଚ ଗ୍ଲାସରେ ପାଣି ନିଅନ୍ତୁ ଏବଂ ଏଥିରେ ଦୁଇ ଚାମଚ ହଳଦୀଗୁଣ୍ଡ ପକାନ୍ତୁ । ଶୁଦ୍ଧ ହଳଦୀଗୁଣ୍ଡର ପାଣି ହାଲୁକା ହଳଦିଆ ହେବା ସହ ଗୁଣ୍ଡ ଗ୍ଲାସ୍ ତଳେ ବସିଯିବ । ଭେଜାଲ୍ ହଳଦୀଗୁଣ୍ଡର ପାଣି ଅଧିକ ରଙ୍ଗ ହେବା ସହ ଉପରେ ଭାସିବାକୁ ଲାଗିବ ।

କିଭଳି ଚିହ୍ନିବେ ଅସଲି ପାନମଧୁରୀ :

ଗୋଟିଏ କାଚ ପ୍ଲେଟରେ କିଛି ପାନମଧୁରୀ ନେଇଯାଆନ୍ତୁ । ଏବେ ଭଲଭାବରେ ଦେଖନ୍ତୁ ଯଦି ଏଥିରେ ଭିନ୍ନତା ଜଣାପଡୁଛି ତେବେ ଦୁଇ ତିନିଟି ଦାନାକୁ ଚୋବାଇ ଦେଖନ୍ତୁ । ସୁଗନ୍ଧ ଏବଂ ସ୍ୱାଦ ଭିନ୍ନ ଭିନ୍ନ ହେବ ଏବଂ ଅସଲି ନକଲିର ପାର୍ଥକ୍ୟ ମଧ୍ୟ ଜଣାପଡିବ ।

ଗୁଣ୍ଡଲୁଣକୁ କିଭଳି ଚିହ୍ନିବେ :

କାଚଗ୍ଲାସରେ ଅଧା ପାଣି ଏବଂ ସେଥିରେ ଏକ ଚାମଚ ଲୁଣ ପକାନ୍ତୁ । ଶୁଦ୍ଧ ଲୁଣ ପାଣିରେ ସମ୍ପୁର୍ଣ୍ଣ ମିଳେଇ ଯାଉଥିବା ବେଳେ ଭେଜାଲ୍ ଲୁଣ ପାଣିକୁ ଅଧିକ ଧଳା କରିଦେବ ।