ପୁଲିସ କବଜାରେ ଠକେଇ ମାଷ୍ଟର ମାଇଣ୍ଡ : ଝାଡଖଣ୍ଡରୁ କିଶୋର ଚନ୍ଦ୍ର ବେହେରାକୁ ଗିରଫ କଲା ନୟାପଲ୍ଲୀ ପୁଲିସ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରେଳବାଇରେ ଚାକିରି କରାଇ ଦେବାକୁ କହି କୋଟିକୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । କିଶୋର ଚନ୍ଦ୍ର ବେହେରାକୁ ଝାଡଖଣ୍ଡ ବାଉଁଶପାଣି ଜଙ୍ଗଲରୁ ଗିରଫ କଲା ନୟୀପଲ୍ଲୀ ଥାନା ପୁଲିସ। ୨୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାକୁ କିଛିଦିନ ହେଲା ପୁଲିସ ଖୋଜୁଥିଲା । ୫ ଦିନର ଅପରେସନ ପରେ ତାକୁ କାବୁ କରାଯାଇଛି । ତେବେ ଇଷ୍ଟକୋଷ୍ଟ ରେଲୱେରେ ଚାକିରି କରି ଦେବାକୁ କହି ସେ ସାରା ରାଜ୍ୟରୁ ପ୍ରାୟ ୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।