ନୈତିକତା ପରୀକ୍ଷାରେ ସର୍ବାଧିକ ନମ୍ବର : ଆଇଏଏସ ପାଇଁ କପି କରି ଆଇପିଏସ ଅଧିକାରୀ ଗଲେ ଜେଲ

81

କନକ ବ୍ୟୁରୋ : ୟୁପିଏସସିର ସିଭିଲ ସର୍ଭିସ ମେନ୍ ପରୀକ୍ଷାରେ କପିକରୁଥବା ସମୟରେ ଧରାପଡିଥିବା ଆଇପିଏସ ଅଧିକାରୀ ସାଫୀର କରିମ ୨୦୧୪ ସିଭିଲ ସର୍ଭିସ ପରୀକ୍ଷାରେ ଏଥିକ୍ସ ପେପରେ ସର୍ବାଧିକ ନମ୍ବର ରଖିଥିଲେ । ଏଥିକ୍ସ ପେପରର ନମ୍ବରରୁ ପ୍ରାର୍ଥୀଙ୍କ ସଚ୍ଚୋଟତା ଜଣାପଡିଥାଏ । ଏହି ପେପରରେ ସର୍ବାଧିକ ନମ୍ବର ରଖି ସାଫୀର ସର୍ବଭାରତୀୟସ୍ତରରେ ୧୧୨ ରାଙ୍କ ରଖିଥିଲେ । ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂଗ ଶେଷ କରିଥିବା ସାଫୀର କ୍ୟାଟ ପରୀ କ୍ଷାରେ ସର୍ବାଧିକ ନମ୍ବର ରଖିଥିଲେ ବି ଏମବିଏ ନକରି ସିଭିଲ ସର୍ଭିସ କୋଚିଂ ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରେ ବାଜିରାମ ଓ ରବି ଏକାଡେମୀରେ ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ସେଠାରୁ ସମସ୍ତ ଟ୍ରିକ ଶିଖିସାରିବା ପରେ ସାଫୀର କେରଳ ଫେରି ଆସି ସିଭିଲ ସର୍ଭିସ କୋଚିଂ ସେଂଟର ଖୋଲିଥିଲେ ।

ତୃତୀୟ ଚେଷ୍ଟାରେ ସାଫୀର ୨୦୧୪ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟହୋଇଥିଲେ । ସାଫୀରଙ୍କ ଜଣେ ସହପାଠୀ, ଯେ କି ଜଣେ ଅଲ ଇଣ୍ଡିଆ ସର୍ଭିସ ଅଫିସରଙ୍କ କହିବା ଅନୁସାରେ ଏଥିକ୍ସ ପେପରରେ ଅଧିକ ନମ୍ବର ରଖିଥିବାରୁ ଭଲ ରାଙ୍କ ପାଇବାକୁ ସକ୍ଷମ ହୋଇଥିଲେ । ପ୍ରାର୍ଥୀଙ୍କ ସଚ୍ଚୋଟତା ଜାଣିବା ପାଇଁ ୨୦୧୩ରେ ୟୁପିଏସି ପ୍ରଥମ ଥର ପାଇଁ ଏଥିକ୍ସ ପେପରରେ ପରୀ କ୍ଷା କରାଇଥିଲା । ସଚ୍ଚୋଟତା ମାପିବା ପାଇଁ ପେପର କିପରି ଅସଫଲ ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସାଫୀରଙ୍କ ଘଟଣା ଏକ ଜ୍ୱଳନ୍ତ ଉଦାହରଣ । ଏହା ସମସ୍ତ ସର୍ବଭାରତୀୟ ସେବା ଅଧିକାରୀଙ୍କ ପାଇଁଁ ଲଜ୍ଜା । ସେ ଏଥିକ୍ସ ପେପରରେ ୨୫୦ରୁ ୧୦୮ ନମ୍ବର ରଖିଥିଲେ । ଅନ୍ୟ ତିନିଟି ସାଧାରଣ ଜ୍ଞାନ ପେପରରେ ତୁଳନାତ୍ମକ ଭାବେ କମ ନମ୍ବର ରଖିଥିଲେ ।

ସାଫୀର ଲିଖିତ ପରୀକ୍ଷାରେ ୧୭୫୦ରୁ ୭୭୨ ଓ ମୈାଖିକ ପରୀକ୍ଷାରେ ୨୭୫ରୁ ୧୭୮ ନମ୍ବର ରଖିଥିଲେ । ମୋଟ ୨୦୨୫ରୁ ୯୫୦ ନମ୍ବର ରଖିଥିଲେ ସାଫୀର । ସାଫୀରଙ୍କ ଏଭଳି ଲଜ୍ଜାକର ଘଟଣାରେ କେବଳ ସର୍ବଭାରତୀୟ ଅଧିକାରୀମାନେ ନୁହଁନ୍ତି କୋଚିଂ ସେଂଟରର ନିର୍ଦେଶକ ନିନ୍ଦା କରିଛନ୍ତି । ଏଥିକ୍ସ ବା ନୈତିକତା ପେପରରେ, ଅନୈତିକ ଉପାୟରେ ଅଧିକ ନମ୍ବର ରଖି ଆଇଏଏସ ହେବା ଅତ୍ୟନ୍ତ ନିନ୍ଦନୀୟ ।ସତ୍ୟାସତ୍ୟ ଜାଣିବା ପାଇଁ ସରକାର ସିବିଆଇ ଦ୍ୱାରା ତଦନ୍ତ କରାଇବା ଉଚିତ ବୋଲି କେ.ଏସ ରାଓ ଆଇଏଏସ ଏଳାଡେମୀର ନର୍ଦ୍ଦେଶକ କେ.ଏସ ରାଓ କହିଛନ୍ତି ।