ଭାରତର ସବୁଠାରୁ ଶସ୍ତା ବଜାର ! ୧୦୦ ଟଙ୍କାରେ ଲେଦର୍ ଜ୍ୟାକେଟ୍ ସାଙ୍ଗକୁ ୮୦ ଟଙ୍କାରେ ମିଳେ ବ୍ରାଣ୍ଡେଡ୍ ଜିନ୍ସ । 

2,520

ଲଜ୍ଜା ନିବାରଣ ସାଙ୍ଗକୁ ଶରୀରରେ ଭିନ୍ନ ଭିନ୍ନ ଷ୍ଟାଇଲର ପୋଷାକ ପିନ୍ଧିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ସେ ଶୀତ ହେଉ ଗ୍ରୀଷ୍ମ  କିମ୍ବା ବର୍ଷା କିନ୍ତୁ ଭଳିଭଳିକା ରଙ୍ଗ ଏବଂ ଡିଜାଇନ୍ ଡ୍ରେସ୍ ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଏବେକାର ମହଙ୍ଗା ଜମାନାରେ ଡ୍ରେସ୍ ଟିଏ କିଣିବା ମାନେ ହଜାରରୁ ଅଧିକ ଟଙ୍କା ଗଣିବାକୁ ପଡେ । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ କିଛି ଲୋକ କିଣିବାରୁ ପଛଘୁଞ୍ଚା ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ବଜାର କଥା କହିବାକୁ ଯାଉଛୁ ଯେଉଁଠାରେ ଲେଦର୍ ଜ୍ୟାକେଟ୍ ୧୦୦ ଟଙ୍କାରେ ତ ବ୍ରାଣ୍ଡେଡ୍ ଜିନ୍ସ ମାତ୍ର ୮୦ ଟଙ୍କାରେ ମିଳେ । କ’ଣ ହୋଇଗଲେ ନା ଆଶ୍ଚର୍ଯ୍ୟ । ଆଜ୍ଞା ହଁ ଏଭଳି ଏକ ବଜାର ରହିଛି ଯେଉଁଠିକୁ ଥରେ ଗଲେ ଆପଣ କେବେ ଅସନ୍ତୁଷ୍ଟ ହୋଇ ଫେରିବେ ନାହିଁ ।

ଦିଲ୍ଲୀର ଗାନ୍ଧିନଗରରେ ରହିଛି ଏକ ମାର୍କେଟ୍ ଯେଉଁଠି ୧୫ ହଜାର ଦୋକାନ ରହିଛି । ଏଠାରେ ବ୍ରାଣ୍ଡେଡ୍ ପୋଷାକ ମଧ୍ୟ ଖୁବ୍ କମ୍ ଟଙ୍କାରେ ଉପଲବ୍ଧ ହୋଇଥାଏ । ଥୋକ୍ ମାର୍କେଟ୍ ନାଁରେ ଖ୍ୟାତ ଏହି ମାର୍କେଟ୍ ରେ ପିଲାଙ୍କ ପାଇଁ ମାତ୍ର ୫୦ ଟଙ୍କାରେ ଆପଣ ଡ୍ରେସ୍ ପାଇପାରିବେ ଏହାର ଗୁଣବତ୍ତା ମଧ୍ୟ ଖୁବ୍ ଭଲ । ବଡ ମାନଙ୍କ ପାଇଁ ଜ୍ୟାକେଟ୍ , ମହିଳାଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୦୦ ଏବଂ ପୁରୁଷଙ୍କ ଜିନ୍ସ ପ୍ୟାଣ୍ଟ ମାତ୍ର ୧୨୦ ଟଙ୍କାରେ କିଣିପାରିବେ । ଏଠାରେ ୪ ଟି ବଜାର ରହିଛି ସରୋଜିନୀ ମାର୍କେଟ୍ , ଚାନ୍ଦିନୀ ଚୌକ , କରୋଲ ବାଗ ଏବଂ ଶାହଦରାରେ ମଧ୍ୟ ଖୁବ୍ କମ୍ ଟଙ୍କାରେ ଡ୍ରେସ୍ ମିଳିଯାଏ ।

ଲୁଧିୟାନାର ଏକ ଶସ୍ତା ବଜାର : ଦିଲ୍ଲୀ ପରେ ଲୁଧିୟାନାରେ ଖୁବ୍ କମ୍ ଟଙ୍କାରେ ପୋଷାକ ବିକ୍ରି ହୁଏ । ଘୁମର ମଣ୍ଡୀ ଏବଂ କରିମପୁରା ବଜାରରେ ଖୁବ୍ ଶସ୍ତା ପୋଷାକ ଉପଲବ୍ଧ ହୁଏ । ପାର୍ଟିରେ ପିନ୍ଧା ଯାଉଥିବା ବସ୍ତ୍ର ୩୦୦ ରୁ ୪୦୦ ଟଙ୍କାରେ ମିଳିଯାଏ । ୧୦୦୦ ସଂଖ୍ୟକ ଦୋକାନ ଥିବା ଏହି ବଜାରରେ ୫୦ ପ୍ରତିଶତ ରିହାତି ମିଳିଥାଏ ।

Comments are closed.