ଶସ୍ତା ଇଣ୍ଟରନେଟ୍ ଡାଟା ଖରାପ କରେ ସ୍ୱାସ୍ଥ୍ୟ ! ଜାଣନ୍ତୁ କେମିତି ?

48

ଆଜିକାଲି ଶସ୍ତା ଇଣ୍ଟରନେଟ୍ ଡାଟା ପାଇବାକୁ ସମସ୍ତେ ଆଗ୍ରହ କରୁଛନ୍ତି । ଯଦି ଆପଣ ଶସ୍ତା ଇଣ୍ଟରନେଟ୍ ଡାଟା ବ୍ୟବହାର କରିବାରେ ଆଗ୍ରହୀ ତ ଟିକେ ସାବଧାନ ହେଲେ ଭଲ ହେବ । ଶସ୍ତା ଇଣ୍ଟରନେଟ୍ ଡାଟା ଯଦି ବା ଭଲ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ । ଶସ୍ତା ଡାଟା କାରଣରୁ ଲୋକେ ଫୋନରେ ସବୁବେଳେ ଲାଗି ରହିଥାନ୍ତି । ଯାହା ଦ୍ୱାରା ଆଖି ଉପରେ ପ୍ରଭାବ ପଡିଥାଏ । ଏହା ସହ ବେକ ପିଡ଼ା , ମୁଣ୍ଡ ବିନ୍ଧା ଓ ଆହୁରି ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଏଣ୍ଡ୍ ନ୍ୟୁରାସାଇନ୍ସରେ ଆଡିସନାଲ୍ ପ୍ରଫେସର୍ ଡାକ୍ତର ମନୋଜ କୁମାର କହିଛନ୍ତି , ‘ଆମେ ଗତ ବର୍ଷ ସେଫଟି ଏଣ୍ଡ ହେଲଥ ୟୁଜ୍ ଅଫ୍ ଟେକ୍ନୋଲଜି କ୍ଲିନିକ୍ ଉପରେ , ଲୋକଙ୍କ ସ୍ମାର୍ଟଫୋନରେ ଅନବରତ ଲାଖି ରହିବା ଉପରେ ସର୍ଭେ କରିଥିଲୁ । ଏହି ସମୟରେ ଆମ ପାଖକୁ ପ୍ରତି ସପ୍ତାହରେ ଜଣେ ବା ଦୁଇ ଜଣ ରୋଗୀ ଆସୁଥିଲେ । କିନ୍ତୁ ପରେ ଏହି ସଂଖ୍ୟା ବଢି ପ୍ରତି ସପ୍ତାହରେ ୩ରୁ ୫ ହୋଇଥିଲା । ଏବେ ଆମ ଟିମ୍ ଏହି ସମସ୍ୟା ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ ଏକ ନୂଆ ଯୋଜନା କରୁଛି’।

ଫୋନରେ ଲଗାତାର ଭିଡିଓ ଦେଖିବା ଓ ଗେମ୍ସ ଖେଳିବା ଦ୍ୱାରା ଆଖି ଉପରେ ପ୍ରଭାବ ପଡିଥାଏ । ଅନେକ ଲୋକ ଆଖିର ଶୁଖିଲାପଣରେ ପୀଡ଼ିତ । ଯାହା ଦ୍ୱାରା ପିଲାମାନଙ୍କର ସମୀପ ଦୃଷ୍ଟି ଦୋଷ ହୋଇଥାଏ ଅର୍ଥାତ୍ ଆଖିରେ ଦୂର ବସ୍ତୁ ସ୍ପଷ୍ଟ ଦେଖିହେବାରେ ସମସ୍ୟା ହୋଇଥାଏ । ଆଉ ଏସବୁ ସ୍ମାର୍ଟଫୋନର ବହୁଳ ବ୍ୟବହାର ଯୋଗୁଁ ହୋଇଥାଏ । ଶସ୍ତା ଡାଟା ପାଇଲେ ଅଧିିକରୁ ଅଧିକ ମୋବାଇଲକୁ ବ୍ୟବହାର କରିବାକୁ ଇଚ୍ଛା ହୁଏ । ଫଳରେ ଆମ ଅଜାଣତରେ ଏହା ଆମ ପାଇଁ ଘାତକ ସାଜିଥାଏ ।
( ସୈାଜନ୍ୟ -ନବଭାରତ ଟାଇମ୍ସ)

ଏହାସହ ମଧ୍ୟ ପଢନ୍ତୁ – ଫୋନ୍ ଓଦା ହୋଇଗଲେ କଣ କରିବେ ? ଜାଣନ୍ତୁ ଏହି ତଥ୍ୟ