ବଜେଟ –୨୦୧୮ : ଜାଣନ୍ତୁ ବିଦେଶରୁ ଆମଦାନୀ କେଉଁ ସାମଗ୍ରୀ ମହଙ୍ଗା ଓ କେଉଁ ସାମଗ୍ରୀ ହେଲା ଶସ୍ତା

35

ବଜେଟରେ ବିଦେଶରୁ ଆମଦାନୀ ହେଉଥିବା କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟିକୁ ୧୫ରୁ ୨୦ ପ୍ରତିଶତକୁ ବଢାଇ ଦିଆଯାଇଛି । ଅନ୍ୟ ପଟରେ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କକୁ କମାଇ ଦିଆଯାଇଛି । ବିଦେଶରୁ ଆମଦାନୀକୁ ପ୍ରତିହତ କରି ଦେଶରେ ସେଭଳି ଶିଳ୍ପକୁ ପ୍ରୋତ୍ସାହନ ଦେବା ଏହାର ଲକ୍ଷ୍ୟ । ଏହି କ୍ରମରେ ବିଦେଶରୁ ଆସୁଥିବା କେଉଁ ସାମଗ୍ରୀ ମହଙ୍ଗା ହେବ ଜାଣନ୍ତୁ –

ମହଙ୍ଗା-
– ବିଦେଶରୁ ଆସୁଥିବା ସାମସଙ୍ଗ୍, ଭିଭୋ, ଓପୋ ଭଳି ମୋବାଇଲ୍ ଫୋନ୍ ମହଙ୍ଗା ହେବ । ହେଲେ ଦେଶରେ ତିଆରି ହେଉଥିବା ମାଇକ୍ରୋମାକ୍ସ ଓ ଲାଭା ଭଳି ଫୋନ୍ ଶସ୍ତା ହେବ । ଏହାଦ୍ୱାରା ବିଦେଶୀ କମ୍ପାନୀମାନେ ଭାରତରେ ସେମାନଙ୍କର ପ୍ଲାଂଟ୍ ବସାଇବାକୁ ବାଧ୍ୟ  ହେବେ ଓ ଦେଶରେ ରୋଜଗାର ବୃଦ୍ଧି ପାଇବ ।
– ସେହିଭଳି ଯେଉଁ ଟିଭି କମ୍ପାନୀଗୁଡ଼ିକ ଦେଶ ଭିତରେ ସେମାନଙ୍କର ପ୍ଲାଂଟ୍ ବସାଇଛନ୍ତି ସେମାନଙ୍କ ଟିଭି ମୂଲ୍ୟ ବଢ଼ିବ ନାହିଁ, ମାତ୍ର ଦେଶ         ବାହାରୁ ଆସୁଥିବା ଟିଭିର ମୂଲ୍ୟ ବଢ଼ିବ ।
– ବିଦେଶରୁ ଆସୁଥିବା ଲାପଟପ୍ ଦାମ୍ ବଢ଼ିବ
-ବିଦେଶରୁ ଆସୁଥିବା କାର ଓ ମୋଟର ସାଇକେଲ ଦାମ ବଢ଼ିବ
– ବିଦେଶରୁ ଆମଦାନୀ ହେଉଥିବା ଫ୍ରୁଟ୍ ଜୁସ୍ ଦାମ ମହଙ୍ଗା ହେବ
– ଏଣିକି ବିଦେଶରୁ ସୁନା ଆମଦାନୀ କରିବା ମହଙ୍ଗା ହେବ
-ବିଦେଶୀ ଅତର ବା ପର୍ଫ୍ୟୁମର ଦାମ ବଢ଼ିବ
– ବିଦେଶୀ ସନଗ୍ଲାସର ଦାମ ବଢ଼ିବ
– ବିଦେଶରୁ ଆମଦାନୀ ହେଉଥିବା ଜୋତାର ଦାମ ବଢ଼ିବ
– ବାହାର ଦେଶରୁ ହୀରା ଆମଦାନୀ କଲେ ଏଣିକି ଏହା ମହଙ୍ଗା ପଡ଼ିବ

ଶସ୍ତା-
ସେହିଭଳି ବିଦେଶରୁ ଆମଦାନୀ ହେଉଥିବା କେଉଁ ସାମଗ୍ରୀ ଶସ୍ତା ହେବ ତା ଉପରେ ନଜର ପକାନ୍ତୁ ।
-ଚୀନ୍ ଭଳି ବାହାର ଦେଶରୁ ଆସୁଥିବା କାଜୁର ଦାମ ଶସ୍ତା ହେବ
-ବିଦେଶରୁ ସୋଲାର ପାନେଲ୍ ଆମଦାନୀ କଲେ ତାହା ପୂର୍ବ ଅପେକ୍ଷା ଶସ୍ତା ହେବ
– ସେହିଭଳି ଭାବେ ବିଦେଶରୁ ଶ୍ରବଣ ଯନ୍ତ୍ର ଆମଦାନୀ କରିବା ପୂର୍ବ ଅପେକ୍ଷା ଶସ୍ତା ହେବ