ଅନଲାଇନ୍ ଗ୍ରାହକଙ୍କୁ ଝଟକା: ମହଙ୍ଗା ହୋଇପାରେ ଅନଲାଇନ୍ ସପିଂ, ନିର୍ଦ୍ଦିଷ୍ଟ ଦିନରେ ରିଟେଲିଂ କମ୍ପାନୀ ଦେଉଥିବା ବମ୍ପର ଡିସକାଉଂଟ ଉପରେ ଲାଗିବ ରୋକ

36

ଏବେ ମହଙ୍ଗା ହୋଇପାରେ ଅନଲାଇନ୍ ସପିଂ । କାରଣ ଅନଲାଇନ୍ ସପିଂରେ ଦିଆଯାଉଥିବା ବହୁ ମାତ୍ରାରେ ରିହାତି ଉପରେ ରୋକ ଲଗାଇବାକୁ ଚିନ୍ତା କରୁଛନ୍ତି ସରକାର । ଇ-କମର୍ସ ଡ୍ରାଫ୍ଟରେ ଅନଲାଇନ୍ ସପିଂ ବେଳେ ଡିସକାଉଂଟ କମାଇବା ପାଇଁ ପ୍ରସ୍ତାବ ଦିଆଯାଇଛି । ବିଶେଷକରି ନିର୍ଦ୍ଦିଷ୍ଟ କେତେକ ଦିନରେ ଆମାଜନ୍, ଫ୍ଲିପକାର୍ଟ ପରି ଅନଲାଇନ୍ ସପିଂ କମ୍ପାନୀମାନେ ଯେଉଁ ବମ୍ପର ଡିସକାଂଟ ଦେଇଥାନ୍ତି, ସେସବୁ କମାଇବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି ।

ଇ-କମର୍ସ ସେକ୍ଟରକୁ ଶୃଙ୍ଖଳିତ କରିବାକୁ ଏଭଳି ଯୋଜନା କରାଯାଉଥିବା କୁହାଯାଉଛି । ଅନଲାଇନ୍ ସପିଂ ସହ ପେଟିଏମ୍ ଓ ପଲିସି ବଜାର ପରି ଫାଇନାନସିଆଲ ଆପରେ ମିଳୁଥିବା ଡିସକାଉଂଟ କମ୍ କରିବାକୁ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି । ତେବେ ଇ କମର୍ସ ସେକ୍ଟରକୁ ଶୃଙ୍ଖଳିତ କରିବାକୁ ସରକାର ଏପରି ଯୋଜନା କରୁଥିବା କହୁଥିବା ବେଳେ ଏହାଯୋଗୁଁ ଗ୍ରାହକଂକୁ ପକେଟରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ ।