ଛତ୍ରପୁର କାଉନସିଲର ହତ୍ୟା ମାମଲା ! ହାଜର ହେଲେନି ଭୃଗୁ, ଗୋଲକଙ୍କ ଭଳି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମାଗିଲେ ଗୋଟିଏ ମାସ ମହଲତ।

61

କନକ ବ୍ୟୁରୋ: ହାଜର ହେଲେନି, ମହଲତ ମାଗିଲେ । ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗଞ୍ଜାମ ପୋଲିସ ନିକଟରେ ହାଜର ହେଲେନି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର । ଏପରିକି ଅସୁସ୍ଥ ଥିବାରୁ ତାଙ୍କୁ ୧ ମାସ ପର୍ଯ୍ୟନ୍ତ ମହଲତ ଦେବାକୁ ଭୃଗୁ ନିଜର ଓକିଲଙ୍କ ଜରିଆରେ ଛତ୍ରପୁର ପୋଲିସ ନିକଟରେ ଆବେଦନ କରିଛନ୍ତି । ଏହାପୂର୍ବରୁ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ନିକଟରେ ହାଜର ହେବାକୁ ଗତ ୨୯ ତାରିଖରେ ଦୁଇ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ସମନ ପଠାଇଥିଲା ।

ଏହାପରେ ପୋଲିସର ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ଉଭୟ ନେତାଙ୍କ ପାଖରେ ସମନ ପହଞ୍ଚା ଯାଇଥିଲା । ଗୋଲକଙ୍କୁ ୭ ତାରିଖରେ ହାଜିର ହେବାକୁ ସମନ ହୋଇଥିବା ବେଳେ ଭୃଗୁଙ୍କୁ ୯ ତାରିଖରେ ହାଜିର ହେବାକୁ ପୋଲିସ ପକ୍ଷରୁ ସମନ ଜାରି କରାଯାଇଥିଲା । ଆଉ ଏସବୁ ଭିତରେ ଆଜି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୋଲିସ ନିକଟରେ ହାଜର ହୋଇନାହାନ୍ତି ଭୃଗୁ । ସେହିଭଳି ଗତ ୭ ତାରିଖରେ ମଧ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ମଧ୍ୟ ସ୍ୱାସ୍ଥୃଗତ କାରଣ ଦର୍ଶାଇ ହାଜର ହୋଇନଥିଲେ ।

ଛତ୍ରପୁର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଗତ ୨୯ ତାରିଖରେ ସମନ ଜାରି କରିଥିଲା ଛତ୍ରପୁର ପୋଲିସ । ଏଥିରେ ଆସନ୍ତା ୭ ଓ ୯ ତାରିଖରେ ଉଭୟଙ୍କୁ ଛତ୍ରପୁର ଥାନାରେ ହାଜର ହେବାକୁ ଓଡିଶା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ମତାମତ

Your email address will not be published.