ଓଡ଼ିଶାରେ ଶିଳ୍ପପତିଙ୍କ ଚାଟାର୍ଡ଼ ପ୍ଲେନ୍ !

508

କନକ ବ୍ୟୁରୋ : ଆଜି ଆରମ୍ଭ ହୋଇଯାଇଛି ମେକ୍ ଇନ ଓଡିଶା କନକ୍ଲେଭର ଦିତୀୟ ସଂସ୍କରଣ । ଆଉ ଆଉ ଏହି କାର୍ଯ୍ୟକ୍ରମରେ ଦେଶର ବଡ ବଡ ଶିଳ୍ପପତି ଯୋଗଦେଇଛନ୍ତି । ଏଥିରେ ବକ୍ତା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ଉଦବୋଧନ ଦେଇଛନ୍ତି । ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅମ୍ବାନୀ, ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେଇଛନ୍ତି ।

ତେବେ ଆଜି ମେକ୍ ଇନ ଓଡିଶା କନକ୍ଲେଭ ପାଇଁ ସାଧାରଣ ବିମାନ ସହ ଶିଳ୍ପପତିଙ୍କ କିଛି ଚାଟାର୍ଡ଼ ବିମାନ ମଧ୍ୟ ଓଡ଼ିଶାରେ ପହଞ୍ଚିଛି । ରିଲାଏନ୍ସ କମର୍ସିଆଲର VTIAH ପଞ୍ଜୀକୃତ ଚାଟାର୍ଡ଼ ପ୍ଲେନ୍ ଓଡ଼ିଶାରେ ପହଞ୍ଚିଛି । ଜେଏସଡବ୍ଲ୍ୟୁ ଷ୍ଟିଲର VTJSE ପଞ୍ଜୀକୃତ ଚାଟାର୍ଡ଼ ପ୍ଲେନ୍ ଓଡ଼ିଶାରେ ଅବତରଣ କରିଛି । ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର VTNJB, VTBRS ପଞ୍ଜୀକୃତ ଦୁଇଟି ଚାଟାର୍ଡ଼ ପ୍ଲେନ୍ ଓଡ଼ିଶାରେ ଅବତରଣ କରିଛି । ଏହାବ୍ୟତୀତ ମାଧୁରୀ ଟ୍ରାନ୍ସ କ୍ୟାରିୟରର VTMTV ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ, ରିଲାଏନ୍ସ ଟ୍ରାନ୍ସପୋର୍ଟ ଓ ଟ୍ରାଭେଲର VTOMM ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ , ତାଜ୍ ଏୟାର ଏଲଟିଡ଼ିର VTTDT ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ, କର୍ଣ୍ଣାବତୀ ଏଭିଏସନ୍ ପ୍ରାଇଭେଟ୍ ଲିମିଟେଡ଼ର VTAGP ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ, ଏଆର କାର ଏୟାରଲାଇନ୍ସର VTCSP ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ , ଇଣ୍ଡିଆ ଫ୍ଲାଏ ସେଫ୍ ଏଭିଏସନର VTJIN ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ , ଆରଡ଼ିସଏଲର VTNMA ପଞ୍ଜୀକୃତ ଚାଡ଼ାର୍ଡ଼ ପ୍ଲେନ ଓଡ଼ିଶାରେ ଅବତରଣ କରିଛି ।