ମୁମ୍ବାଇର ଘାଟକୋପରରେ ଚାଟାର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ, ୫ ମୃତ

39

କନକ ବ୍ୟୁରୋ: ମୁମ୍ବାଇର ଘାଟକୋପରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ, ବିମାନ ଟି ଉତ୍ତରପ୍ରଦେଶ ସରକାରଙ୍କର । ବିମାନ ଦୁର୍ଘଟଣା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ପାଇଲାପରେ ସ୍ଥାନୀୟ ଲୋକମାନେ ସେଠାରେ ଗହଳି ଲାଗାଇଥିବା ଦେଖାଯାଇଛି ।

ଏହି ବିମାନଟି ଘାଟକୋପର ଏକ ନିର୍ମାଣାଧୀନ କୋଠା ପାଖରେ ପଡିଥିବା ଜଣାପଡିଛି । ବିମାନଟି ଅବତରଣ କଲାବେଳେ ଦୁର୍ଘଟଣା ଘଟିଛି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛି । ଏହି ଘଟଣାରେ ଅନେକ ଆହତ ହୋଇଥିବା ଜଣାପଡିଛି ।