ଜୀବ ବିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ର ମାନବ ସମ୍ବଳମନ୍ତ୍ରୀ ସତ୍ୟପାଳ ସିଂ ! କହିଲେ,  ମାଙ୍କଡରୁ ତିଆରି ହୋଇନାହିଁ ମଣିଷ, ଚାର୍ଲ୍ସ ଡାରୱିନଙ୍କ ତତ୍ତ୍ୱ ଭୁଲ

65

କନକ ବ୍ୟୁରୋ: ବର୍ଷ ବର୍ଷର ବୈଜ୍ଞାନିକ ତତ୍ତ୍ୱକୁ ଭୁଲ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଆମେ ପିଲାଦିନୁ ପଢିଆସୁଥିବା ମଣିଷ ବିବର୍ତନ ସଂପର୍କିତ ଡାରୱିନଙ୍କ ତତ୍ତ୍ୱକୁ ଭୁଲ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ । ଚାର୍ଲ୍ସ ଡାରୱିନଙ୍କ ମତ ଅନୁସାରେ ମାଙ୍କଡରୁ କ୍ରମବିକାଶ ହୋଇ ମଣିଷର ସୃଷ୍ଟି ହୋଇଛି । ସୃଷ୍ଟି ଆରମ୍ଭରୁ ମଣିଷ ନଥିଲା ।

ଜେଲିଫିସରୁ ଜୀବସତା ସୃଷ୍ଟି ହେଲା । ଏଥିରୁ ବିଭିନ୍ନ ପ୍ରକାର ଜୀବର ବିକାଶ ହୋଇଥିବାବେଳେ ମାଙ୍କଡର କ୍ରମ ବିକାଶ ହୋଇ ମଣିଷ ତିଆରି ହୋଇଛି । ହେଲେ ଏହା ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ବିଜ୍ଞାନ ବହିରେ ଏହି ତଥ୍ୟ ବଦଳାଇବାର ଆବଶ୍ୟକତା ଥିବା ସେ ଯୁକ୍ତି ବାଢିଛନ୍ତି । କହିଛନ୍ତି ମାଙ୍କଡରୁ ମଣିଷ ତିଆରି ହେବାର କେହି ଦେଖିନାହିଁ । ଏନେଇ କୌଣସି କଥା, କାହାଣୀରେ ସୂଚନା ନାହିଁ । ତେଣୁ ଏଭଳି ତତ୍ୱକୁ ଗ୍ରହଣ କରାଯାଇ ପରିବ ନାହିଁ ।

ତେବେ କେଉଁ ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ରଖିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏତେବର୍ଷ ଧରି ଯେଉଁ ବୈଜ୍ଞାନିକ ତତ୍ତ୍ୱକୁ ଲୋକେ ବିଶ୍ୱାସ କରିଆସୁଥିଲେ ତାହାକୁ ବିରୋଧ ପଛରେ କେନ୍ଦ୍ରମନ୍ତ୍ରୀଙ୍କ ପଛରେ କିଛି ବଳିଷ୍ଠ ଯୁକ୍ତି ରହିଛି କି । ଯଦି ମଣିଷ ମାଙ୍କଡରୁ ତିଆରି ହୋଇନାହିଁ, ତାହେଲେ ମଣିଷର ବିକାଶ କେଉଁ ଜୀବରୁ ହୋଇଛି ସେନେଇ ବୈଜ୍ଞାନିକ ଗବେଷଣାର ଆବଶ୍ୟକତା ରହିଛି । ତେବେ ଏହି ପୁରା ଘଟଣା ଏକ ନୂଆ ବିବାଦର ସୂତ୍ରପାତ କରିଛି ।