ପରଦାକୁ ଆସିଲା ‘ଛପାକ୍’ । ଏସିଡ୍ ପୀଡିତାଙ୍କ ସଂଘର୍ଷମୟ କାହାଣୀକୁ ନେଇ ଆଧାରିତ ହୋଇଛି ଫିଲ୍ମ । ଫାଷ୍ଟ ଡେ’ର ଫାଷ୍ଟ ସୋ’ରେ ଜମିଲା ଦର୍ଶକଙ୍କ ପ୍ରବଳ ଭିଡ

ରିଲିଜ ପୂର୍ବରୁ ମନ୍ଦିରରେ ଦୀପିକା ପାଦୁକୋନଙ୍କ ପୂଜାର୍ଚ୍ଚନା

154

କନକ ବ୍ୟୁରୋ: ଫ୍ରାଇଡେ ରିଲିଜରେ ବଡ ପରଦାକୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ ଛପାକ୍ । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚିତ୍ର । ୨୦୦୫ ମସିହାରେ ୧୫ ବର୍ଷିୟ ଲକ୍ଷ୍ମୀ ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଉପରେ ହୋଇଥିଲା ଏସିଡ୍ ଆକ୍ରମଣ । ଏହା ପରେ ଲକ୍ଷ୍ମୀଙ୍କ ସହ ଘଟି ଯାଇଥିବା ପ୍ରତ୍ୟକ ଘଟଣାକୁ ନେଇ ଛପାକ ନିର୍ମାଣ କରାଯାଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ । ଏଥିରେ ଦୀପିକା ପାଦୁକୋନ ମାଲତି ଅଗ୍ରୱାଲ ନାମ୍ନୀ ଏସିଡ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତ ।

ତେବେ ଯାହାକୁ ନେଇ ଛପାକ ଫିଲ୍ମର କାହାଣୀ, ଆଜିର ଦିନରେ ତାଙ୍କୁ ନେଇ ଚର୍ଚ୍ଚା ହେବ ନାହିଁ କେମିିତି । ଫିଲ୍ମ ପରଦାକୁ ଆସିବା ପୂର୍ବରୁ ସ୍ପେଶାଲ ସ୍କ୍ରିନିଂରେ ସାମିଲ ହୋଇଥିଲେ ଏସିଡି ପୀଡିତା ଲକ୍ଷ୍ମୀ ଅଗ୍ରୱାଲ । ଲକ୍ଷ୍ମୀ ଅଗ୍ରୱାଲ ହେଉଛନ୍ତି ସିଏ, ପରଦାରେ ଯାହାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ । ସ୍ପେଶାଲ ସ୍କ୍ରିନିଂରେ ଏକ ସୁନ୍ଦର ରାନୀ-ଲାଲ ରଙ୍ଗର ସିଲ୍କ ଶାଢିରେ ନଜର ଆସିଥିଲେ ଲକ୍ଷ୍ମୀ । ସବୁଠାରୁ ବଡ କଥା ହେଉଛି ଏହି ଶାଢୀକୁ ଡିଜାଇନ କରିଥିଲେ ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ଚୌଧୁରୀ । ଶାଢୀ ସହ ମ୍ୟାଚିଂ କରି ଫୁଲ ହାତ ଥିବା ଏକ ସୁନ୍ଦର ବ୍ଲାଉଜ ସହ ପୁରା ବେକକୁ ଆବୃତ କଲା ଭଳି ଗହଣା ପିନ୍ଧିଥିଲେ । ଯେଉଁଥି ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ ଲକ୍ଷ୍ମୀ । ଫିଲ୍ମ ନିର୍ମାତା ଓ କଳାକାରଙ୍କ ସମେତ ବଲିଉଡର ଅଭିନେତା ଅଭିନେତ୍ରୀଙ୍କ ଗହଣରେ ବସି ସେ ନିଜ ଅଙ୍ଗେନିଭା ଅନୁଭୂତିକୁ ପରଦାରେ ଦେଖିଥିଲେ ।