ବିଧାନସଭା ଅଚଳ ! ଆଜି ସ୍ୱାଭାବିକ ସ୍ଥିତି ଫେରିବା ନେଇ ଶାସକ ଦଳ ଆଶାବାଦୀ

48

କନକ ବ୍ୟୁରୋ : ବିରୋଧୀଙ୍କ ହଟ୍ଟଗୋଳରେ ଗତ ୨ ଦିନ ଧରି ବିଧାନସଭା ଚାଲି ପାରି ନାହିଁ । ଫଳରେ ଅଟକି ରହିଛି ବଜେଟ ଆଲୋଚନା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି ବିଧାୟକଙ୍କ ‘ବେଇମାନ’ କହିବା ପ୍ରସଙ୍ଗରେ ତାତି ଉଠିଛି ବିଜେପି । ବିଧାୟକ ମହେଶ ସାହୁ ତାଙ୍କ ମନ୍ତବ୍ୟ ବଦଳାଇଥିଲେ ବି ଶାନ୍ତ ହୋଇନାହାନ୍ତି ବିଜେପି ସଦସ୍ୟ ।

ସେପଟେ ପ୍ରଧାନମନ୍ତ୍ରୀ ଦେଇଥିବା ଗରିବ ଓଡିଶା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଗୋଟିଏ ମିନିଟ ବି ଚାଲିପାରିନି ବିଧାନସଭା ଗୃହ କାର୍ଯ୍ୟ । ଆଜି ଗୃହକୁ ସ୍ୱାଭାବିକ ସ୍ଥିତି ଫେରୁଛି ନା ଏହି ପ୍ରସଙ୍ଗକୁ ନେଇ ପୁଣି ବିଧାନସଭା ହଙ୍ଗାମଦାର ହେବ ଜଣା ପଡିନି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-