ବଦଳିଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ! ଛାତ୍ର ସଂସଦ ବଦଳରେ ଗଠନ ହେବ ଛାତ୍ର ପରିଷଦ

25

କନକ ବ୍ୟୁରୋ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବଦଳିଲା ନିର୍ବାଚନ ପ୍ରକ୍ରିୟା । ଏଣିକି ଛାତ୍ର ସଂସଦ ବଦଳରେ ଛାତ୍ର ପରିଷଦ ଗଠନ ହେବ । ଚଳିତ ବର୍ଷ ଠାରୁ ବିକେନ୍ଦ୍ରୀକୃତ ପ୍ରତ୍ୟକ୍ଷ ନିର୍ବାଚନ ହେବ । ଏନେଇ ସୂଚନା ଦେଇଛନ୍ତି ରେଭେନ୍ସା କୂଳପତି । ନୂତନ ନିର୍ବାଚନ ପ୍ରକ୍ରିୟା ଦ୍ୱାରା ନିର୍ବାଚନୀ ହିଂସା ଓ ରାଜନୈତିକ ହସ୍ତକ୍ଷେପ କମିବା ସହ କ୍ୟାମ୍ପସରେ ଶାନ୍ତି ବଜାୟ ରହିବ ବୋଲି କୂଳପତି ପ୍ରକାଶ ଚନ୍ଦ୍ର ଷଢଙ୍ଗୀ କହିଛନ୍ତି । ରେଭେନ୍ସାର ୯ଟି ସ୍କୁଲର ଛାତ୍ର ପ୍ରତିନିଧି ନିର୍ବାଚିତ ହେବେ । ପ୍ରତି ସେକ୍ସନରୁ ଛାତ୍ର ପ୍ରତିନିଧି ନିର୍ବାଚିତ ହେବେ । ଛାତ୍ର ପ୍ରତିନିଧିକୁ ନେଇ ପ୍ରତି ସ୍କୁଲରେ ହେବ ଷ୍ଟୁଡେଂଟ କାଉନସିଲ । ଏହି କାଉନସିଲରେ ଜଣେ ଆବାହକ ଓ ଜଣେ ଉପ ଆବାହକ ରହିବେ ।