ଆଇଏଏସ୍ ସ୍ତରରେ ଅଦଳ ବଦଳ

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲେ ଉତରାଂଚଳ ଆରଡିସି କମିସନର । ଏନ.ବି.ଏସ ରାଜପୁତଙ୍କୁ ଭୁବନ୍ଦୋବସ୍ତ କମସନର ଦାୟିତ୍ୱ ଦିଆଯାଇଛି । ସେହିପରି ରବୀନ୍ଦ୍ର ପ୍ରତାପ ସିଂଙ୍କୁ ଓଡିଶା ଔଷଧ ନିଗମର ଏମଡି କରାଯାଇଥିବା ବେଳେ ପରମେଶ୍ୱର. ବି ହେଲେ ଯୁଗ୍ମ ସଚିବ, ଗୃହ ଓ ନଗର ଉନ୍ନୟନ । ସେପଟେ ଅଜିତ କୁମାର ମିଶ୍ର , ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହୋଇଥିବା ବେଳେ ପ୍ରଶାନ୍ତ କୁମାର ରେଡ୍ଡିଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ କରାଯାଇଛି  ।