ଅଧିକ ଦିନ ଧରି ଗୋଟିଏ ବ୍ରସ୍ ବ୍ୟବହାର କରୁଛନ୍ତି କି ? କ୍ଷତିକାରକ ସାବ୍ୟସ୍ତ ହୋଇପାରେ . . . .

84

ଏମିତି ଲୋକ ଅଛନ୍ତି ଯେଉଁମାନେ ଅନେକ ଦିନ ଧରି ଗୋଟିଏ ବ୍ରସ୍ ବ୍ୟବହାର କରନ୍ତି । ଯଦି ଆପଣ ବେଶି ଦିନର ପୁରୁଣା ଟୁଥ୍ ବ୍ରସ ବ୍ୟବହାର କରୁଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ । ଏପରି କିରବା ଦ୍ୱାରା ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଏ । ଏଭଳି ସ୍ଥିତିରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଆଉ ଏକ କଥା ହେଲା ଏହା ଫଳରେ ଦନ୍ତ କ୍ଷୟ ବି ଘଟିବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ ପାଟିରୁ ଦୁର୍ଗନ୍ଧ ବି ବାହାରେ । ଏଣୁ ମନେ ରଖନ୍ତୁ, ଅତି ବେଶିରେ ଏକ ବ୍ୟବହୃତ ଟୁଥବ୍ରସକୁ ତିନି ମାସ ଯାଏଁ ବ୍ୟବହାର କରନ୍ତୁ । ତାପରେ ନୂଆ ଟୁଥବ୍ରସର ଉପଯୋଗ କରିଲେ ଭଲ ।

ଅଧିକାଂଶ ଲୋକଙ୍କର ଧାରଣା ଯେ ପାଟିକୁ ଠିକ୍ ଭାବେ ପରିଷ୍କାର ନ କରିଲେ ଅଥବା ଭୁଲ୍ ଖାଦ୍ୟାଭ୍ୟାସ ହେତୁ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ । ଏତଦ୍ ବ୍ୟତୀତ ଦିନସାରା ଆମେ ଏଭଳି କିଛି କ୍ରିୟାକଳାପରେ ଜଡ଼ିତ ହେଉ. ଯାହା ମଧ୍ୟ ମୁଖ ଦୁର୍ଗନ୍ଧର ଅନ୍ୟତମ କାରଣ ହୋଇଥାଏ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଏହାର ପ୍ରକୃତ କାରଣ ସଂପର୍କରେ ଜାଣନ୍ତି ନାହିଁ ଅନେକ ଲୋକ । ମୁଖ ଦୁର୍ଗନ୍ଧକୁ ନେଇ ବହୁ ଲୋକ ଚିନ୍ତାରେ ଥାଆନ୍ତି । କାରଣ ସେମାନେ କାହା ସହ ଠିକ୍ ଭାବେ କଥା ହୋଇପାରନ୍ତି ନା, କାହା ପାଖରେ ବସାଉଠା କରିପାରନ୍ତି । ସେମାନେ ଏହାର ପ୍ରତିକାର ଲାଗି ଡେଣ୍ଟାଲ୍ ସର୍ଜନଙ୍କ ପାଖକୁ ଯାଇଥାନ୍ତି ,ହେଲେ ଏହାର ମୂଳ କାରଣ ଖୋଜିବାକୁ ଚେଷ୍ଟା କରନ୍ତି ନାହିଁ । ଆମେରିକାନ୍ ଡେଣ୍ଟାଲ୍ ଆସୋସିଏସନ୍ ଅନୁଯାୟୀ ଉପଯୁକ୍ତ ସମୟରେ ଖାଦ୍ୟ ଗ୍ରହଣ ନ କରିଲେ, ପାଟି ଶୁଖିଲା ହୋଇଯାଏ, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।