ଏଣିକି ବ୍ୟାଙ୍କ ଆଗରେ ଲଗାଇବାକୁ ପଡିବନି ଲମ୍ବା ଲାଇନ ! ଘରେ ବସି ସମ୍ପାଦନ କରିପାରିବେ ବ୍ୟାଙ୍କ ସହ ଯୋଡିହୋଇଥିବା ସମସ୍ତ କାର୍ଯ୍ୟ, ଜାଣନ୍ତୁ ପୁରା ପ୍ରକ୍ରିୟା ।

39

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ (ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ) ସେଭିଙ୍ଗ ଆକାଉଣ୍ଟରେ ଯୋଡି ହୋଇ ରହିଥିବା ସମସ୍ତ ସର୍ଭିସକୁ ଅନଲାଇନ କରିଦେଇଛି । କିନ୍ତୁ ଏହି ସମ୍ପର୍କରେ ଖୁବ କମ ଲୋକ ଜାଣିଛନ୍ତି । ଯାହାଫଳରେ ଲୋକମାନଙ୍କୁ ବ୍ୟାଙ୍କରେ ଲମ୍ବା ଲାଇନ ଲଗାଇବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ବ୍ୟାଙ୍କରେ ସମସ୍ତ କାର୍ଯ୍ୟ ମୋବାଇଲ ଦ୍ୱାରା କରିବା ପାଇଁ ମୋବାଇଲ ନମ୍ବରକୁ କିପରି ଅପଡେଟ କରିବା ।

ମୋବାଇଲ ନମ୍ବର ଅପଡେଟ କରିବାର ପ୍ରଣାଳି :

୧. ମୋବାଇଲ ନମ୍ବରକୁ ବଦଳାଇବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ www.onlinesbi.com ଏହି ୱେବସାଇଟ କୁ ଲଗଇନ କରିବାକୁ ପଡିବ । ଏଠାରେ ଲଗଇନ କରିବା ପରେ ଆପଣଙ୍କ ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଡ୍ୟାସବେର୍ଡ ଖୋଲିବ ।

୨. ଡ୍ୟାସବୋର୍ଡ ଖୋଲିବା ପରେ ଆପଣଙ୍କୁ ପ୍ରୋଫାଇଲ ଟ୍ୟାବକୁ ଯିବାକୁ ପଡିବ । ସେଠାରୁ ଆପଣଙ୍କୁ ମାଇଁ ଆକାଉଣ୍ଟକୁ ଯିବାକୁ ପଡିବ । ମାଇଁ ଆକାଉଣ୍ଟକୁ ଖୋଲିବା ପରେ ସେଠାରେ ଏକ ଅପସନ ଦେଖାଇବ ପ୍ରୋଫାଇଲ ବିକଳ୍ପ, ଏଠାର ଆପଣ ପାଇବେ ପର୍ସନାଲ ଡିଟେଲର ଟ୍ୟାବ ।

୩. ଏହି ଟ୍ୟାବକୁ ସିଲେକ୍ଟ କରିବା ପରେ ଆପଣଙ୍କୁ ମୋବାଇଲ ନମ୍ବର ବଦାଇବାର ଏକ ବିକଳ୍ପ ମିଳିବ । ସେଠାରେ କ୍ଲିକ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଅନ୍ୟ ଏକ ନୂଆ ବୋର୍ଡ ଖୋଲିବ ।

୪. ଏହି ବୋର୍ଡରେ ଆପଣଙ୍କୁ ଆକାଉଣ୍ଟ ନମ୍ବର ଏବଂ ମୋବାଇଲ ନମ୍ବର ଦେବାକୁ ପଡିବ । ତାପରେ ଆପଣଙ୍କୁ ସବ୍ମିଟ ବଟନ ଦବାଇବାକୁ ପଡିବ ।

୫. ଏହା ପରେ ମୋବାଇଲ ନମ୍ବରର କେବଳ ଦୁଇଟି ଡିଜିଟ ଦେଖାଯିବ । ନମ୍ବର ରେଜିଷ୍ଟର ହୋଇଛି କି ନାହିଁ ତାହାର ସୂଚନା ଆପଣଙ୍କୁ ରେଜିଷ୍ଟେସନ ମୋବାଇଲ ନମ୍ବରରେ ଦିଆଯିବ ।