ଚନ୍ଦ୍ରର ଦକ୍ଷିଣ ମେରୁ ଆଡକୁ ଅଗ୍ରସର ହେଉଛି ‘ଚନ୍ଦ୍ରଯାନ-୨’ । ପୃଥିବୀ କକ୍ଷ ଛାଡି ଚନ୍ଦ୍ରର କକ୍ଷ ପଥରେ କଲା ପ୍ରବେଶ

ଇସ୍ରୋ କହିଲା, କଠିନ ପରୀକ୍ଷାରେ ହୋଇଛୁ ସଫଳ; ସେପ୍ଟେମ୍ବର ୭ର ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା

427

କନକ ବ୍ୟୁରୋ:ଚନ୍ଦ୍ର ଅଭିଯାନରେ ବଡ ପରୀକ୍ଷାରେ ପାସ କରିଛି ଚନ୍ଦ୍ରଯାନ-୨ । ପୃଥିବୀର କକ୍ଷପଥ ଛାଡି ଆଜି ସକାଳ ୯ଟାରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ଅବସ୍ଥାପିତ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋର ମୁଖ୍ୟ କେ. ସିଭନ୍ କହିଛନ୍ତି, ଏହି ମୂହୁର୍ତରେ ବୈଜ୍ଞାନିକମାନଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଗଲା ପରି ଲାଗୁଥିଲା । ପ୍ରାୟ ୩୦ ମିନିଟ୍ ଭିତରେ ପୃଥିବୀ କକ୍ଷ ପଥରୁ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରିବାକୁ ସକ୍ଷମ ହୋଇଥିଲା ଚନ୍ଦ୍ରଯାନ-୨ ।

ଭୁଲାଇ ୨୨ ତାରିଖରେ ଆକାଶକୁ ଚିରି ଚନ୍ଦ୍ରାୟନ-୨, ଯେତେବେଳେ ଉତକ୍ଷେପଣ ହେଲା, ସେତେବେଳେ ସାରା ଦେଶ କ’ଣ, ପୁରା ବିଶ୍ୱର ନଜରରେ ରହିଥିଲା ,ଏହି ଐତିହାସିକ ଚନ୍ଦ୍ର ଅଭିଯାନ ଉପରେ । ଆଉ ମଙ୍ଗଳବାର ସବୁଠାରୁ ବଡ଼ ପରିକ୍ଷାରେ ଉତିର୍ଣ୍ଣ ହୋଇଛି ଚନ୍ଦ୍ରଯାନ-୨ । ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ରର କକ୍ଷ ପଥକୁ ପ୍ରବେଶ କରିଛି ସଫଳତାର ସହ । ମଙ୍ଗଳବାର ସକାଳ ୯ଟାରେ ଏହି ଗୁରୁତ୍ୱପୁର୍ଣ୍ଣ ମାଇଲଷ୍ଟୋନ୍ ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ । ଆନ୍ଧ୍ରପ୍ରେଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବାର ଠିକ୍ ୩୦ ଦିନରେ ଚନ୍ଦ୍ର କକ୍ଷପଥକୁ ଆସିଛି ଚନ୍ଦ୍ରଯାନ-୦୨ । ମଙ୍ଗଳବାର ସକାଳ ୯ଟା ୩୦ରୁ ଚନ୍ଦ୍ରଯାନ-୨, ଚନ୍ଦ୍ରର ଅଣ୍ଡାକାର ଆକୃତିର କକ୍ଷପଥରେ ଘୁରିବା ଆରମ୍ଭ କରିଛି । ଇସ୍ରୋ ମୁଖ୍ୟ କେ ଶିଭନ୍ ପ୍ରେସମିଟରେ କହିଛନ୍ତି, ଚନ୍ଦ୍ରଯାନ-୨କୁ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ କରାଇବା ବେଳେ ସତେଯେମିତି ବୈଜ୍ଞାନିକଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଉଥିଲା ।

ସେପ୍ଟମ୍ବର ୪ତାରିଖରେ ଚନ୍ଦ୍ରଯାନ-୨ ଅବତରଣ କରିବା ଆରମ୍ଭ କରିବ । ଅବତରଣର ୪ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟମ୍ବର ୪ ତାରିଖରେ ଅର୍ବିଟର ଓ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଯିବେ । ଅର୍ବିଟର କକ୍ଷପଥରେ ବୁଲିବ ଏବଂ ଲ୍ୟାଣ୍ଡର ବିକ୍ରମ, ଅବତରଣ ପ୍ରକ୍ରିୟା ଆରମ୍ଭ କରିବ । ଧିରେ ଧିରେ ଲ୍ୟାଣ୍ଡର ବିକ୍ରମର ଗତି ଖୁବ୍ କମ୍ କରାଯିବ । ଯେପରି ଏହା ଚନ୍ଦ୍ରପୃ୍ଷ୍ଟରେ ୪ଶହ ମିଟର ପହଁଚିବା ବେଳକୁ ଏହାର ଗତି ଖୁବ୍ କମ୍ ହୋଇଯିବ । ଏହାର ୬୬ ସେକେଣ୍ଡ ପରେ ଚନ୍ଦ୍ରପୃଷ୍ଠର ମାତ୍ର ୧୦୦ ମିଟର ପାଖକୁ ଆସିଯିବ ବିକ୍ରମ୍ ।

ଏତିକି ଉଚ୍ଚତାରେ ପ୍ରାୟ ୨୫ ସେକେଣ୍ଡ ଚନ୍ଦ୍ରପୃଷ୍ଠର ସ୍ଥିତି ଦେଖି ଏହି ଲ୍ୟାଣ୍ଡର ନିଷ୍ପତ୍ତି ନେବ ଏଠାରେ ଓହ୍ଲାଇବ ନା ଅନ୍ୟ ସ୍ଥାନକୁ ଗତିକରିବ । ସ୍ଥିତି ଠିକ୍ ଥିଲେ ପୁଣି ଲ୍ୟାଣ୍ଡର ବିକ୍ରମ ୧୦ ମିଟର ଉଚ୍ଚତାକୁ ଆସିଯିବ । ଆଉ ଏହି ୧୦ ମିଟର ଉଚ୍ଚତାରୁ ୧୩ ସେକେଣ୍ଡରେ ଓହ୍ଲାଇଯିବ ଲ୍ୟାଣ୍ଡର ବିକ୍ରମ୍ । ସେପ୍ଟେମ୍ବର ୭ ତାରିଖ ଭାରତୀୟ ସମୟ ରାତି ୧ଟା ୫୫ ମିନିଟରେ ଚନ୍ଦପୃ୍ଷ୍ଠରେ ଅବତରଣର ୧୫ ମିନଟ ପରେ ବିକ୍ରମ ପ୍ରଥମ ଫୋଟୋଗ୍ରାଫ୍ ପଠାଇବ । ଅବତରଣର ୪ଘଂଟା ପରେ ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ପ୍ରଜ୍ଞା ଗୁରୁଣ୍ଡି ଗୁରୁଣ୍ଡି ବାହାରି ଆସିବ । ଏବଂ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ।

 

କେମିତି ହେବ ଅବତରଣ

– ସେପ୍ଟମ୍ବର ୪ତାରିଖରେ ଚନ୍ଦ୍ରଯାନ-୨ ଅବତରଣ କରିବା ଆରମ୍ଭ କରିବ

– ଅବତରଣର ୪ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟମ୍ବର ୪ ତାରିଖରେ ଅର୍ବିଟର ଓ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଯିବେ

– ଅର୍ବିଟର କକ୍ଷପଥରେ ବୁଲିବ ଏବଂ ଲ୍ୟାଣ୍ଡର ବିକ୍ରମ, ଅବତରଣ ପ୍ରକ୍ରିୟା ଆରମ୍ଭ କରିବ

– ଧିରେ ଧିରେ ଲ୍ୟାଣ୍ଡର ବିକ୍ରମର ଗତି ଖୁବ୍ କମ୍ କରାଯିବ

– ଯେପରି ଏହା ଚନ୍ଦ୍ରପୃଷ୍ଠରେ ୪ଶହ ମିଟର ପହଁଚିବା ବେଳକୁ ଏହାର ଗତି ଖୁବ୍ କମ୍ ହୋଇଯିବ

– ୬୬ ସେକେଣ୍ଡ ପରେ ଚନ୍ଦ୍ରପୃଷ୍ଠର ମାତ୍ର ୧୦୦ ମିଟର ପାଖକୁ ଆସିଯିବ ବିକ୍ରମ

– ଏତିକି ଉଚ୍ଚତାରେ ପ୍ରାୟ ୨୫ ସେକେଣ୍ଡ ଚନ୍ଦ୍ରପୃଷ୍ଠର ସ୍ଥିତି ଦେଖି ଏହି ଲ୍ୟାଣ୍ଡର ନିଷ୍ପତି ନେବ ଏଠାରେ ଓହ୍ଲାଇବ ନା ଅନ୍ୟ ସ୍ଥାନକୁ ଗତିକରିବ

– ସ୍ଥିତି ଠିକ୍ ଥିଲେ ପୁଣି ଲ୍ୟାଣ୍ଡର ବିକ୍ରମ ୧୦ ମିଟର ଉଚ୍ଚତାକୁ ଆସିଯିବ

– ଆଉ ଏହି ୧୦ ମିଟର ଉଚ୍ଚତାରୁ ୧୩ ସେକେଣ୍ଡରେ ଓହ୍ଲାଇଯିବ ଲ୍ୟାଣ୍ଡର ବିକ୍ରମ୍

– ଚନ୍ଦ୍ରପୃ୍ଷ୍ଠରେ ଅବତରଣର ୧୫ ମିନଟ ପରେ ବିକ୍ରମ ପ୍ରଥମ ଫୋଟୋଗ୍ରାଫ୍ ପଠାଇବ

– ଅବତରଣର ୪ଘଂଟା ପରେ ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ପ୍ରଜ୍ଞା ଗୁରୁଣ୍ଡି ଗୁରୁଣ୍ଡି ବାହାରି ଆସିବ

– ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞା