ଅମର ସହିଦ ଚନ୍ଦ୍ରଶେଖର ଆଜାଦ ମଧ୍ୟପ୍ରଦେଶର ଦତିୟାରେ ରହିକି ବନ୍ଧୁକରେ ନିପୁଣ ଗୁଳିଚାଳନାରେ ପାରଙ୍ଗମ ଥିଲେ । ଦତିୟା ସେ ସମୟରେ ପ୍ରଖ୍ୟାତ ଗୁଳିଚାଳନାର ଗଡ଼ ଥିଲା ।

୯ ଅଗଷ୍ଟ ୧୯୨୫ରେ ଲଖନଉ ପାଖରେ ଥିବା କାକୋରୀ ଷ୍ଟେସନରେ ଟ୍ରେନରେ ସରକାରୀ ଖଜଣା ଲୁଟିବା ପରେ ଆଜାଦ ଓ ତାଙ୍କର ଅନେକ ସାଥୀଙ୍କୁ ଗିରଫ କରିବା ପାଇଁ ବ୍ରିଟିଶ ସରକାର ଆପ୍ରାଣ ଉଦ୍ୟମ କରିଥିଲେ । କିନ୍ତୁ ଏଇ ଘଟଣା ପରେ ଅବସ୍ଥାର ଅନୁମାନ ଲଗାଇ ଆଜାଦ ତାଙ୍କ ସାଥୀ ମାନଙ୍କ ଠାରୁ ଅଲଗା ହୋଇ ବୁନ୍ଦେଲଖଣ୍ଡ ଆସିଯାଇଥିଲେ ଓ ନିଜ ପରିଚୟ ଲୁଚାଇ ରହିବାକୁ ଲାଗିଲେ । ଝାନ୍ସୀର ଓରଛାରେ ରହି ସେ ସଂଙ୍ଗଠନକୁ ଏକ ନୂଆ ରୂପରେ ପ୍ରସ୍ତୁତ କଲେ । ଏବଂ ଏଠାରୁ ସେ ବ୍ରିଟିଶ ସରକାରଙ୍କ ଗତିବିଧିର ସାମରିକ ପର୍ଯ୍ୟବେକ୍ଷଣ ଉପରେ ଲକ୍ଷ୍ୟ ରଖୁଥିଲେ ।

୧୯୯୨ ମସିହାର ଘଟଣା । ସେତେବେଳର ତତ୍କାଳୀନ ଦତିୟା ନରେଶ ମହାରାଜା ଗୋବିନ୍ଦ ସିଂହଙ୍କ ଗଣନା ବିଶ୍ୱର ଦକ୍ଷ ଗୁଳିଚାଳକମାନଙ୍କ ଭିତରେ ହେଉଥିଲା । ଦତିୟାରେ ଚନ୍ଦ୍ରଶେଖର ଆଜାଦଙ୍କୁ ଯୁବରାଜ ଦିୱାନା ନାହର ସିଂହ ବୁନ୍ଦେଲା ଆଶ୍ରମ ଦେଇଥିଲେ । ଦିୱାନ ସିଂହ ବୁନ୍ଦେଲାଙ୍କ ପୁଅ ଏବେ ଦିୱାନ ବୀର ସିଂହ ବୁନ୍ଦେଲା ବୃଦ୍ଧ ହୋଇଯାଇଥିଲେ । ନିଜ ବାପାଙ୍କ କଥାକୁ ମନେପକାଇ ସେ କହିଥିଲେ କି, ବୁନ୍ଦେଲଖଣ୍ଡ କ୍ଷେତ୍ରରେ ଅଜ୍ଞାତବାସ କାଟୁଥିବା ଚନ୍ଦ୍ରଶେଖର ବନ୍ଧୁକରେ ଗୁଳିଚାଳନା କଳାରେ ନିପୂଣତା ହାସଲ କରିବା ପାଇଁ ତାଙ୍କ ବାପାଙ୍କ ସହ ସଂପର୍କ କରିଥିଲେ ।

 

ଏହାପରେ ଆଜାଦ ପ୍ରାୟତଃ ଝାନ୍ସୀରୁ ଉନ୍ନାବ ସାଇକେଲରେ ଯିବା ଆସିବା କରୁଥିଲେ । କିଛି ଦିନ ହବେଲୀ (ବର୍ତ୍ତମାନ ଗୁଗୋରିୟାର ବିଶ୍ୱ ଶାନ୍ତି ଭବନ) ରେ ରହି ଦିୱାନ ସାହାବଙ୍କ ଠାରୁ ବନ୍ଧୁକ ଚାଳନାରେ ପ୍ରଶିକ୍ଷଣ ନେଲେ ପୁଣି ଝାନ୍ସୀ ଫେରି ଯାଉଥିଲେ । ଝାନ୍ସୀରେ ମାଷ୍ଟର ରୁଦ୍ର ନାରାୟଣ ସିଂହଙ୍କ ପାଖରେ ତାଙ୍କୁ ଆଶ୍ରମ ମିଳିଥିଲା ଏବଂ ସେ ବସାଇ ଠାରେ ବି ରହିଥିଲେ । ଯେତେବେଳେ ଝାନ୍ସୀରେ ବିଟ୍ରିଶ ପୋଲିସ ଓ ସିଆଇଡିର ସକ୍ରିୟତା ବଢିବା ବେଳକୁ ଆଜାଦ ଦତିୟାରେ ପହଂଚିଯାଉଥିଲେ । ସମସ୍ତେ ଚନ୍ଦ୍ରଶେଖର ଆଜାଦଙ୍କୁ ମିସ୍ତ୍ରୀ ସାହେବ ନାମରେ ଜାଣୁଥିଲେ ।

ଆଜାଦ ଦତିୟା ଦିୱାନ ନାହର ସିଂହଙ୍କ ଠାରୁ ଚୁପଚାପ ବନ୍ଧୁକ ଚଳାଇବା ଶିଖୁଥିଲେ, କିନ୍ତୁ ଏହା କାହାରିକୁ ବି ଜଣା ନଥିଲା । ୧୯୩୧ ଫେବୃୟାରୀରେ ଆହ୍ଲାବାଦ ର ଅଲଫ୍ରେଡ୍ ପାର୍କରେ ଯେତେବେଳେ ପୋଲିସ ଦ୍ୱାରା ଧରାପଡିବା ପରେ ନିଜକୁ ନିଜେ ଗୁଳି କରିଦେଇଥିଲେ ଆଜାଦ ଓ ସବୁଦିନ ପାଇଁ ଭାରତ ମାତା କୋଳରେ ଶୋଇପଡିଥିଲେ । ପରେ ଏନେଇ ଖବରକାଗଜରେ ଆଜାଦଙ୍କ ଫଟୋ ପ୍ରକାଶିତ ହେଲାପରେ ଦେବସିଂହ ଖବାସ ଓ ଅନ୍ୟ କର୍ମୀ ଆଜାଦ(ମିସ୍ତ୍ରୀ ସାହେବ)ଙ୍କୁ ଚିହ୍ନି ପାରିଲେ ।