ଦିଲ୍ଲୀରେ ଚନ୍ଦ୍ରବାବୁ ନାଇଡୁଙ୍କ ଧାରଣା ! ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଟିଡିପି କର୍ମୀଙ୍କ ଦିନିକିଆ ଅନଶନ ।

93

କନକ ବ୍ୟୁରୋ : ଦିଲ୍ଲୀରେ ଆନ୍ଧ୍ର ରାଜନୀତି ।  ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦାବିରେ  ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ଆଜି ଦିନିକିଆ ଅନଶନ ଆରମ୍ଭ କରିଛନ୍ତି । ଆଜି ସକାଳୁ ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେବା ପରେ ସମର୍ଥକଙ୍କ ସହ ଅନଶନରେ ବସିଛନ୍ତି ଚନ୍ଦ୍ରବାବୁ । ଏଥିରେ ତେଲୁଗୁଦେଶର ସାଂସଦ, କର୍ମକର୍ତା ଓ ବିଭିନ୍ନ ସଙ୍ଗଠନ ବି ସାମିଲ ହୋଇଛନ୍ତି ।

ଏହାସହ ଦିଲ୍ଲୀରେ ଦୀକ୍ଷା ରାଲି ବି କରିବେ ଚନ୍ଦ୍ରବାବୁ ନାଇଡୁ । ଏଥିପାଇଁ ଆନ୍ଧ୍ରର ବିଭିନ୍ନ ସ୍ଥାନରୁ ସମର୍ଥକ ପଂହଚିବାରେ ଲାଗିଛନ୍ତି । ନାଇଡୁ ଅଭିଯୋଗ କରିଛନ୍ତି, ସ୍ୱତନ୍ତ୍ର ରାଜ୍ୟପାହ୍ୟ ମାମଲାରେ କେନ୍ଦ୍ର ରାଜ୍ୟ ପ୍ରତି ଅନ୍ୟାୟ କରିଛି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ କାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବେ । ଏହି ପ୍ରସଙ୍ଗରେ ଏନଡିଏରୁ ଅଲଗା ହେବା ପରେ  ଚନ୍ଦ୍ରବାବୁ ନାଇଡୁ  ବିରୋଧୀଙ୍କ ମେଳି କରିଛନ୍ତି ।