ଚନ୍ଦ୍ରଶେଖର ସାହୁଙ୍କ ଇସ୍ତଫା ପରେ କଂଗ୍ରେସ ରାଜନୀତି ଚଳଚଂଚଳ ! ଅବହେଳାର ଅଭିଯୋଗ ଆଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

33

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସହ ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ କଂଗ୍ରେସ ଛାଡିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ସେମାନେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ନିଜ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚନ୍ଦ୍ରଶେଖର ସାହୁ । ସେ କହିଛନ୍ତି ଯେ ଜାତୀୟ କଂଗ୍ରେସର ନେତାମାନେ ରାଜ୍ୟ କଂଗ୍ରେସକୁ ଅବହେଳା କରୁଛନ୍ତି ।

ଦୀର୍ଘ ୯ ବର୍ଷ ଧରି କଂଗ୍ରେସ କର୍ମୀମାନେ ତାଙ୍କୁ ଅବହେଳା କରି ଆସିଛନ୍ତି ବୋଲି କହିଛନ୍ତି ଚନ୍ଦ୍ରଶେଖର । ଏହା ସହ ବିଜେପୁର ନିର୍ବାଚନରେ ଯେଉଁଠି କଂଗ୍ରେସର ଗଡ ଥିଲା ସେଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଲା । ଗଞ୍ଜାମବାସୀଙ୍କ ପାଇଁ ସେ ରାଜନୀତି କରୁଛନ୍ତି । ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଥିବାରୁ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଦେଇଛନ୍ତି ଚନ୍ଦ୍ରଶେଖର ସାହୁ । ତେବେ ଦଳ ଛାଡୁଥିଲେ ମଧ୍ୟ କେଉଁଠି ଯୋଗ ଦେବେ ସେ ସମ୍ପର୍କରେ କିଛି ଜଣାଇ ନାହାନ୍ତି ଚନ୍ଦ୍ରଶେଖର । ତେବେ ଚନ୍ଦ୍ରଶେଖର ସାହୁଙ୍କ ଇସ୍ତଫା ଯୋଗୁ କିଛି ଫରକ ପଡିବନି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।