ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ପିଏକ୍ସଇରେ ବୁଲୁଥିବାବେଳେ ୧୧ ସନ୍ଦିଗ୍ଧ ଅଟକ

49

aûùfgße : ଚାନ୍ଦିପୁରରେ ୧୧ ସନ୍ଦିଗ୍ଧ ଅଟକ । ଚାନ୍ଦିପୁରର କ୍ଷେପଣାସ୍ତ୍ର ଘାଟିରେ ବେଆଇନ ଭାବେ ପ୍ରବେଶ କରିଥିବା ୧୧ ଜଣଙ୍କୁ କାବୁ କରିଥିଲା ପୁଲିସ । ଆଇଟିଆର ପରିସରରେ ଥିବା ପିଏକ୍ସଇ ନିକଟରେ ବୁଲାବୁଲି କରୁଥିବାବେଳେ ଏମାନଙ୍କୁ ଠାବ କରାଯାଇଥିଲା । ପରେ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ତେବେ ୩ ଜଣଙ୍କଠାରୁ ନକଲି ପରିଚୟପତ୍ର ମିଳିଥିବା ଜଣାପଡିଛି । ଏମାନଙ୍କ ନିକଟରୁ ଏକ ଇନୋଭା ସହ ଦୁଇଟି ଗାଡି ଜବତ ହୋଇଛି । ଚାକିିରି ଆଶାରେ ଏଠାକୁ ଆସିଥିବା ଏମାନେ ପୁଲିସକୁ କହିଛନ୍ତି । କେହି ଦଲାଲ ଏମାନଙ୍କୁ ଚାନ୍ଦିପୁର ଆଇଟିଆରରେ ଚାକିିରିଦେବାକୁ କହି ଏଠାକୁ ଆଣିଥିଲା । ୪ ଜଣଙ୍କୁ ଆଇଡେଏନଟିଟି କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ହେଲେ ସଂପୃକ୍ତ ଦଲାଲ ଫେରାର ଅଛି । ସୁରକ୍ଷା ଦୃଷ୍ଟିରୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ବେଶ ସମ୍ବେଦନଶୀଳ ହୋଇଥିବାରୁ  ପୁଲିସ କିଛି ପ୍ରକାଶ କରିନାହିଁ , ଘଟଣାକୁ ଗୁରୁତର ସହ ନେଇଛି ପୁଲିସ ।