ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏମଆରସାମ ମିସାଇଲର ପରୀକ୍ଷଣ: ସକାଳ ୮ଟା୧୬ରେ ହେଲା ଉତକ୍ଷେପଣ

30

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେଲା ଏମଆରସାମ ମିସାଇଲ । ଚାନ୍ଦିପୁରର ୩ ନମ୍ବର ଲଂଚପ୍ୟାଡରୁ ପରୀକ୍ଷଣ କରାଯାଇଛି । ସକାଳ ୮ଟା୧୬ରେ ଏହି ଉତକ୍ଷେପଣ କରାଯାଇଛି । ମିସାଇଲର ଭୃପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦି କ୍ଷମତା ରହିଛି ୭୦ କିଲୋମିଟର । ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ଏହି ମିସାଇଲ ଶତ୍ରୁ ପକ୍ଷର ଯେକୌଣସି ଯୁଦ୍ଧ ବିମାନ, ହେଲିକପ୍ଟର, ମିସାଇଲ କିମ୍ବା ବୁଡା ଜାହାଜକୁ ଟାର୍ଗେଟ କରିପାରିବ ।