ଚଣ୍ଡିଖୋଲ ସୁଭଦ୍ରାପୁରରେ ସଡକ ଦୁର୍ଘଟଣା ! ଜଣଙ୍କର ମୃତ୍ୟୁ

15

କନକ ବ୍ୟୁରୋ : ଚଣ୍ଡିଖୋଲ ସୁଭଦ୍ରାପୁରରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ପରେ ଉତେଜନା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ସୁଭଦ୍ରାପୁରରେ ଘଟିଛି ଏହି ଦୁର୍ଘଟଣା । ଏକ ଟ୍ରଲର ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ୍ ଭ୍ୟାନରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ନାଁ ସଂଜୟ ସାହୁ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୈତାରୀ-ପାରାଦୀପ ରାଜପଥର ସୁଭଦ୍ରାପୁର ଠାରେ ରାସ୍ତାରୋକ କରିଥିଲେ । ତେବେ ବଡଚଣା ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।