ପାଣି ପାଇଁ କଳି ! ଚାନ୍ଦବାଲି ନରେନ୍ଦ୍ରପୁରରେ ପାଣି ଗରାଏ ପାଇଁ ମହିଳାଙ୍କ ଖଣ୍ଡଯୁଦ୍ଧ

36

କନକ ବ୍ୟୁରୋ : ପାଣି ପାଇଁ କଳି । ମହିଳାମାନଙ୍କ ମଧ୍ୟରେ ଗରା ଟଣାଓଟରା । କିଏ କେମିତି ପାଣି ଗରାଏ ନେବ ସେଥିପାଇଁ ମହିଳାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପାଣି ପାଇଁ ଗୋଟିଏ ନଳକୂଅ ପାଖରେ ମାଳମାଳ ଗରା । ଆଉ କିଏ ଆଗ ପାଣି ନେବ ତାକୁ ନେଇ ସଂଘର୍ଷ । ଏମିତି କିଛି ଦୃଶ୍ୟ ଦେଖାଦେଇଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଂଚାୟତର । ୫ ଦିନ ହେବ ଗ୍ରାମ୍ୟ ଜଳ ଯୋଗାଣ ବନ୍ଦ ହୋଇଛି । ଫଳରେ ଜଳାଭାବ ଯୋଗୁଁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି ।

ଜଳ ଯୋଗାଣ ବନ୍ଦ ହେବା ପରେ ଗ୍ରମବାସୀଙ୍କୁ ପିଇବା ପାଣି ଯୋଗାଉଛି ମାତ୍ର ଗୋଟିଏ ନଳକୂଅ । ଯେଉଁଠି ରାତି ପାହିଲେ ଲାଗୁଛି ମହିଳାଙ୍କ ଭିଡ । ନରେନ୍ଦ୍ରପୁର ପଂଚାୟତ ୯ଟି ୱାର୍ଡର ଲୋକ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଦଳିତ ସାହିର ୧୨୦ ପରିବାର ଏହି ନଳକୂଅ ଉପରେ ନିର୍ଭର କରନ୍ତି । ଆଉ ଏଠି ରାତି ପାହିଲେ ପାଣି ପାଇଁ କିଭଳି ପରିସ୍ଥିତି ସୃଷ୍ଟି ହେଉଛି ଦେଖନ୍ତୁ । ନରେନ୍ଦ୍ରପୁରରେ ରହିଛି ଶହେ ଶିବଲିଙ୍ଗ । ଏଥିପାଇଁ ଏ ଅଂଚଳଟି ରାଜ୍ୟ ପଯ୍ୟଟନସ୍ଥଳି ଭାବେ ମାନ୍ୟତା ପାଇଛି ।

ଏଠାରେ ପଣାସଂକ୍ରାନ୍ତିରେ ଶତାଧିକ ମାନସିକଧାରୀଙ୍କ ସହ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ତେବେ ପଣାସଂକ୍ରାନ୍ତିକୁ ଦିନଟିଏ ବାକି ଥିବା ବେଳେ ପାଣି ପାଇଁ ସିକ୍ୟୁରିଟି ଟଙ୍କା ଜଳ ଯୋଗାଣ ବନ୍ଦ ଥିବା ଅଭିଯୋଗ ହୋଇଛି । ସେପଟେ ବିଭଗୀୟ ଅଧିକାରୀ କହୁଛନ୍ତି ସ୍ଥିତି ଯାହା ବି ହେଉନା କାହିଁକି ଟଙ୍କା ନମିଳିବା ଯାଏଁ ଜଳ ଯୋଗାଣ ହେବ ନାହିଁ । ଯାହାକୁ ନେଇ ଅସନ୍ତୁଷ୍ଟ ବଢୁଛି ।

ଏହାସହ ଦେଖନ୍ତୁ-