ଏଗାରଦିନରେ ପରିସ୍ଥିତି ହେଲା ଅସମ୍ଭାଳ ! ବ୍ୟାଙ୍କ ଆଗରେ ଲୋକଙ୍କ ପାଇଁ ଇଟା ରଖିଲେ ଦଲାଲ

28

ଚାନ୍ଦବାଲି : ପୁରୁଣା ନୋଟ ଅଚଳ ହେବାର ୧୧ ଦିନ ପରେ ବି ସ୍ଥିତି ଅସମ୍ଭାଳ । ଟଙ୍କା ବଦଳ ଓ ଉଠାଣ ପାଇଁ ସବୁଠି ଟେନସନ । କିନ୍ତୁ ଚାନ୍ଦବାଲିରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କ ଆଗରେ ୨ ହଜାର ଲୋକଙ୍କ ଭିଡ ଲାଗିଥିଲା । ଏବଂ ଗ୍ରାହକ ଓ ସିକ୍ୟୁରିଟି କର୍ମୀଙ୍କ ମଧ୍ୟର ଧସ୍ତାଧସ୍ତି ମଧ୍ୟ ହୋଇଥିଲା କିନ୍ତୁ, ଆଜି ସ୍ଥିତି ଆହୁରି ସଂଗୀନ ହୋଇଛି ।

ଆଜି ଗ୍ରାହକ ଆସିବା ପୂର୍ବରୁ ଲାଇନରେ ଛିଡା ହେବାକୁ ଗ୍ରାହକଙ୍କ ପାଇଁ ଇଟା ରଖିଛନ୍ତି ଦଲାଲ । ଆଉ ୫୦ ଟଙ୍କା ଦେବା ପରେ ଧାଡିରେ ଛିଡା ହେବାକୁ ଲୋକଙ୍କୁ ଜାଗା ମିଳୁଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :