ଚାନ୍ଦବାଲି : ଓଲଟିପଡିଲା ଟାଟା ମ୍ୟାଜିକ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

29

କନକ ବ୍ୟୁରୋ : ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ । ଅନ୍ୟ ଏକ ଗାଡ଼ିକୁ ସାଇଡ଼ ଦେବାକୁ ଯାଇ ଭାରସାମ୍ୟ ହରାଇ ଓଲଟିପଡିଲା ଟାଟା ମ୍ୟାଜିକ ଗାଡି । ଚାନ୍ଦବାଲି ଗଙ୍ଗାଧରପୁର ଗାଁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକ ଗାଡିଟି ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଯାଇଥିିଲା । ତେବେ ଏଥିରେ ଥିବା ୧୫ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି ରାସ୍ତା ଦେଇ ଯାଉଥିବା ଲୋକେ ପାଣିରେ ପଶି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାସଁଡା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ ଜଣ ଛାତ୍ରଛାତ୍ରୀ ଓଡି୦୫ ଏଫ୧୮୮୯ ନମ୍ବର ବିଶିଷ୍ଟ ଏକ ଭ୍ୟାନରେ ବିଏସ ପବ୍ଲିକ ସ୍କୁଲକୁ ପଢ଼ିବାକୁ ଯାଉଥିଲେ । ମାତ୍ର ତେନ୍ତୁଳି ଗାଡ଼ିଆ ନିକଟରେ ଏକ ଗାଡ଼ିକୁ ସାଇଡ଼ ଦେବା ପାଇଁ ଡ୍ରାଇଭର ଗାଡ଼ିକୁ ରାସ୍ତା କଡ଼କୁ ନେଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଯାଇଥିିଲା । କେନାଲରେ ୪ ଫୁଟରୁ ଉର୍ଧ୍ୱ ପାଣି ଥିବା ବେଳେ ଡ୍ରାଇଭର ଓ ସେହି ରାସ୍ତା ଦେଇ ଯାଉଥିବା କିଛ ଯୁବକ ସଙ୍ଗେ ସଙ୍ଗେ ପାଣିରେ ପଶି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ।ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।