ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି: ରାତି ଗୋଟାଏ ରେ ଫିଟିବ ଦ୍ୱାର ୧୧ଟା ରେ ପଡ଼ିବ ପହୁଡ

27

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ଗତକାଲି ଶ୍ରୀମନ୍ଦିର ପରିଚାଳନା ବୈଠକରେ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଂଟ । ଚନ୍ଦନଯାତ୍ରାକୁ ଦୃଷ୍ଟିରେ ରଖି ରାତି ଗୋଟିଏ ଫିଟିବ ଦ୍ୱାର, ସେହିପରି ଦିନ ୧୦ଟାରୁ ୧୧ଟା ଭିତରେ ଠାକୁର ଚାପଖେଳ ପାଇଁ ଚନ୍ଦନ ପୋଖରୀକୁ ଯିବେ । ସଂଧ୍ୟା ଚାପ ପରେ ରାତି ୮ଟା ସୁଦ୍ଧା ଶ୍ରୀମନ୍ଦିର ଫେରିବେ । ତେବେ ଚଳିତବର୍ଷ ନବକଳେବର ବର୍ଷ ହୋଇଥିବାରୁ ନନ୍ଦା ଓ ଭଦ୍ରା ଦୁଇଟି ଡଙ୍ଗାର ନୂତନ ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।