ଭିତରେ ବାଇକ,ବାହାରେ ପିଲା : ଗୃହ ଥାଇ ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ

36

vlcsnap-2016-08-21-13h40m45s285କନକ ବ୍ୟୁରୋ : ବିଚିତ୍ର ଆମ ଶିକ୍ଷା ବ୍ୟବସ୍ଥା। କିନ୍ତୁ ସବୁବେଳେ ଏଥିପାଇଁ ସରକାରଙ୍କୁ ଦୋଷ ଦେଇ ହେବନାହିଁ। କାରଣ ଅନେକ ସମୟରେ ଆମେ ଦେଖିଥାଉ ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ବସି ପାଠ ପଢନ୍ତି ପିଲାଏ। ହେଲେ ଏମିତି ଏକ ଚିତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତ ଉଚ୍ଚ ବିଦ୍ୟାଳୟର ,ଯେଉଁଥିପାଇଁ ସରକାରଙ୍କୁ ଦୋଷଦେଇ ହେବ ନାହିଁ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତ ଉଚ୍ଚ ବିଦ୍ୟାଳୟର । ଏଠାରେ ୩୮୬ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ୧୦ ଶ୍ରେଣୀରେ ହିନ୍ଦି ନେଇଥିବା ଛାତ୍ରଛାତ୍ରୀ ବାଧ୍ୟହୋଇ ସ୍କୁଲ ବାରଣ୍ଡାରେ ବସି ପଢୁଛନ୍ତି । ସ୍କୁଲ କର୍ତୃପକ୍ଷ କହୁଛନ୍ତି ଶ୍ରେଣୀଗୃହର ଅଭାବ ରହିଛି। ଆଉ ସେଥିପାଇଁ ପିଲାଏ ବାହାରେ ବସି ପଢୁଛନ୍ତି। ଏସଂପର୍କରେ ପଚାରିବାରୁ ସ୍କୁଲର ବିଭିନ୍ନ ସମସ୍ୟା ବଖାଣିଛନ୍ତି କର୍ତୃପକ୍ଷ।

33ଛାତ୍ରଛାତ୍ରୀ ବାହାରେ ବସି ପଢିବାର ସତ। ସ୍କୁଲରେ ଥିବା ଦୁଇଟି ଶ୍ରେଣୀଗୃହ ଏମିତି ବ୍ୟବହାର ହେଉଛି। ଗୋଟିଏରେ ଶିକ୍ଷକଙ୍କ ବାଇକ ରଖାଯାଉଥିବାବେଳେ ଅନ୍ୟଟିରେ ପ୍ରସ୍ତୁତ ହେଉଛି ମଧ୍ୟାନ୍ନ ଭୋଜନ। ସ୍କୁଲ ବାରଣ୍ଡାରେ ପିଲାଙ୍କୁ ବସାଇ ପାଠ ପଢା ଯାଉଥିବାବେଳେ ଶ୍ରେଣୀଗୃହକୁ ଅନ୍ୟ କାମରେ ବ୍ୟବହାର କରିବାକୁ ନେଇ ଉଠିଛି ପ୍ରଶ୍ନବାଚୀ। ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ସ୍କୁଲ ଚାଲୁଛି କାହା ସ୍ୱାର୍ଥରେ। ସ୍କୁଲ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ କାହାକୁ ପ୍ରାଥମିକତା ଦେଉଛନ୍ତି। ଦୁଇ ଦୁଇଟି ଶ୍ରେଣୀଗୃହ ଥାଇ ସୁଦ୍ଧା  କାହିଁକି ଖରା, ବର୍ଷା, ଶୀତରେ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପଢିବେ।