ଚାନ୍ଦବାଲି ବନ୍ଦରରେ ମାଲବୋଝେଇ ବୋଟ ଦୁର୍ଘଟଣାଗ୍ରସ୍ତ !

20

କନକ ବ୍ୟୁରୋ : ଚାନ୍ଦବାଲି ବନ୍ଦରରେ ଦୁର୍ଘଟଣା । ମାଲବୋଝେଇ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରୋସେରୀ ସାମଗ୍ରୀ ନେଇ ଚାନ୍ଦବାଲିରୁ ଧାମରା ଯାଉଥିବା ବୋଟକୁ ମାଛଧରା ଟ୍ରଲର ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବୋଟ୍ ।

ବୋଟ୍ ଓଲଟିବା ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଏଥିରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ମେରାଇନ ଥାନା ପୋଲିସ । ଜେଠିଠାରୁ ମାତ୍ର ୧୫୦ ମିଟର ଦୂରରେ ଏହି ଅଘଟଣ ଘଟିଛି । ସେପଟେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଧାମରା ଡାକ୍ତରଖାନାରେ ଭର୍ତି କରାଯାଇଛି ।