କନକ ନ୍ୟୁଜରେ ଚମ୍ପୁଆ ବିଧାୟକ: ଜାଣନ୍ତୁ ନିଜ ଦଳରୁ ଇସ୍ତଫା ନେଇ କଣ କହିଲେ ସନାତନ ମହାକୁଡ?
ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟ କଲେନି ଚିତ୍ର
କନକ ବ୍ୟୁରୋ: ଜନ ସମୃଦ୍ଧି ପାର୍ଟିରୁ ଚମ୍ପୁଆ ବିଧାୟକ ତଥା ପାର୍ଟିର ସଭାପତି ସନା ମହାକୁଡ ଇସ୍ତଫା ଦେଇଛନ୍ତି । କନକ ନ୍ୟୁଜକୁ ସାକ୍ଷାତକାର ଦେଇ ସେ ତାଙ୍କ ଇସ୍ତଫା ପଛର କାରଣ କହିଛନ୍ତି । ସାକ୍ଷାତକାରରେ ସେ କହିଛନ୍ତି ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି । ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଛିଡା କରାଇବା ନେଇ ଦଳ ନିଷ୍ପତି ନେବ । ସେହିପରି ଆସନ୍ତା ନିର୍ବାଚନ ଲଢିବେ ନା ନାହିଁ ସେନେଇ ସ୍ପଷ୍ଟ କରି ନାହାନ୍ତି ସନାତନ ମହାକୁଡ ।
Kanak News is now on WhatsApp
Join and get latest news updates delivered to you via WhatsApp
ସନାତନଙ୍କ ଇସ୍ତଫା ପରେ ତାଙ୍କର ରାଜନୈତିକ ଦିଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୪ ନିର୍ବାଚନରେ ସନାତନ ମୁହାକୁଡ ଚମ୍ପୁଆ ବିଧାନସଭାରୁ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ । ପରେ ସନା ସେନା ନାଁରେ ନିଜସ୍ୱ ସଙ୍ଗଠନ କରି କେନ୍ଦୁଝରରେ ନିଜ ସ୍ଥିତି ସୁଦୃଢ କରିବାକୁ ଉଦ୍ୟମ କରିଥିଲୋ ଗତ ୪ମାସ ତଳେ ନିଜସ୍ୱ ଦଳ ଜନ ସମୃଦ୍ଧି ପାର୍ଟି ଗଠନ କରିଥିଲେ । ତାଙ୍କ ଦଳକୁ ନିର୍ବାଚନ ଚିହ୍ନ ମିଳିସାରିଥିବା ବେଳେ ତାଙ୍କ ଇସ୍ତଫା ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି ।