ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ! କ୍ରିକେଟ ମଇଦାନରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

18

କନକ ବ୍ୟୁରୋ : କ୍ରିକେଟ ମଇଦାନରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଚତୁର୍ଥ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବାଂଲାଦେଶକୁ ଧୂଳି ଚଟାଇ ଟିମ୍ ଇଣ୍ଡିଆ ଏହି କୀର୍ତିମାନ ହାସଲ କରିଛି । ବର୍ମିଂହମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ୯ୱିକେଟରେ ବାଂଲାଦେଶକୁ ହରାଇଛି ଭାରତ ।

୨୬୫ରନରେ ବିଜୟ ଲକ୍ଷ୍ୟକୁ ମାତ୍ର ୪୧ ଓଭର ୧ ବଲରେ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମା ଅପରାଜିତ ୧୨୩ ରନ୍ କରିଥିବା ବେଳେ ଅଧିନାୟକ କୋହଲି ଦମଦାର ୯୬ ରନ୍ କରି ଅପରାଜିତ ରହିଥିଲେ । ଆସନ୍ତା ରବିବାର ଦିନ କେନିଂଟନ୍ ଓଭାଲରେ ଭାରତ ଓ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ପୂର୍ବରୁ ୨୦୦୦, ୨୦୦୨ ଓ ୨୦୧୩ରେ ଫାଇନାଲ ପହଂଚିଥିଲା ଟିମ୍ ଇଣ୍ଡିଆ ।