ଗିରଫ ହେବେ କି ଚମ୍ପତିରାୟ?

26

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍:ଏନଆଇଟିର ବିବାଦୀୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କୁ ଧରିବା ପାଇଁ ପୁଲିସର ତନାଘନା ।  ସେପଟେ ତାଙ୍କ ବିରୋଧରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ । ଦୁଇଜଣ ମହିଳା ସୁରକ୍ଷା କର୍ମୀ ଚମ୍ପତିରାୟଙ୍କ ବିରୋଧରେ ଶାରିରିକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଛନ୍ତି । ଆନ୍ଦୋଳନରତ କେତେକ ଛାତ୍ରଙ୍କ ସହ ମିଶି ଦୁଇ ମହିଳା ସୁରକ୍ଷା କର୍ମୀ ସେକ୍ଟର ୩ ଥାନାରେ ସୁରକ୍ଷା ଅଧିକାରୀ ବଳରାମ ଚଂପତିରାୟଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ଏନଆଇଟି ଛାତ୍ରଛାତ୍ରୀମାନେ ଅଭିଯୁକ୍ତ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଏତଲା ଏବଂ ଅନୁଷ୍ଠାନରୁ ବହିଷ୍କାର ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ଚମ୍ପତିରାୟଙ୍କ ବିରୋଧରେ ଏନଆଇଟି କର୍ତୃପକ୍ଷ ଏତଲା ଦେବା ପରିବର୍ତେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତେଣୁ କେନ୍ଦ୍ର ମାନବ ସଂବଳ ମନ୍ତ୍ରାଳୟର ପ୍ରତିନିଧି ଆସି ମାମଲାରେ ହସ୍ତକ୍ଷେପ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।