ଏ କେମିତିକା ଟ୍ରାଫିକ ନିୟମ । ସିଟ୍ ବେଲ୍ଟ ନ ପିନ୍ଧିଥିବାରୁ ସ୍କୁଟି ଚାଳକଙ୍କର କଟିଲା ଚାଲାଣ, ଅଜବ ନିୟମ ଦେଖି ମୁଣ୍ଡରେ ହାତ ଦେଲେ ଚାଳକ ।

329

ସେପ୍ଟେମ୍ବର ପହିଲାରୁ ଦେଶର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି। ଆଉ ଏସବୁ ଭିତରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ସ୍କୁଟି ଚାଳକ ପ୍ରବୀଣ କୁମାରଙ୍କ ଗାଡିର କାଗଜପତ୍ର ହଜିଯାଇଥିଲା। କାଗଜପତ୍ର ନୂଆ କରିବା ପାଇଁ ସେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ପ୍ରବୀଣ ତାଙ୍କର ଚାଲାଣ କଟିଥିବା କଥା ଜାଣିବାକୁ ପାଇଥିଲେ। ଏହାପରେ ସେ ଅଧିକାରୀ ଜଣକୁ ଚାଲାଣ ରସିଦ୍‌ ମାଗିଥିଲେ।

ଅଧିକାରୀଙ୍କ ଠାରୁ ଚାଲାଣ ରସିଦ୍‌ ପାଇବା ପରେ ସ୍କୁଟି ଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ରସିଦରେ ପ୍ରବୀଣ ସିଟ୍‌ ବେଲ୍‌ଟ ନ ବାନ୍ଧିଥିବାରୁ ତାଙ୍କର ଚାଲାଣ କଟାଯାଇଛି ବୋଲି ଉଲ୍ଲେଖ ଥିଲା। ଏନେଇ ସ୍କୁଟି ଚାଳକ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।