ସମ୍ବଲପୁରରେ ଚକଡା ଆତଙ୍କ : କାମ କରୁନି ଔଷଧ, ପୋକ ଖାଉଛି ସୁନାର ଫସଲ

248

କନକ ବ୍ୟୁରୋ : ସମ୍ବଲପୁରରେ ଚକଡା ପୋକର ଆତଙ୍କ  । ଏକର ଏକର ଚାଷ ଜମି ରେ ଧାନ ଜମିରେ ଚକଡା ପୋକ ଲାଗିଛି । ରୋଗ ପୋକ ଧାନ ଖାଇ ଯାଉଥିବା ବେଳେ କାମ କରୁନି ସରକାରୀ ଓ ବେସରକାରୀ ଔଷଧ । ଫଳରେ ସୁନାର କ୍ଷେତ ଜଳି ଯାଉଛି ।

କାମ କରୁନି ଔଷଧ । ପୋକ ଖାଉଛି ସୁନାର ଫସଲ । ୧ ଖରିଫ ଋତୁରେ ଧାନ ଅମଳ ସମୟରେ ଚକଡା ଆକ୍ରାନ୍ତ ହୋଇଧାନ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଫୁଣି ରବି ଋତୁରେ ଚକଡା ଆତଙ୍କ ଖେଲିଯାଇଛି । ଧାନ ଗଛ ଗୁଡିକ ଧାନ କେଣ୍ଡା ଦେବା ଅବସ୍ଥାରେ ଥିବାବେଳେ ଚକଡା ଆକ୍ରାନ୍ତ ଚାଷୀଙ୍କୁ ଚିନ୍ତା ବଢାଇ ଦେଇଛି । ସମ୍ବଲପୁର ଜିଲ୍ଲାର ମାନେଶ୍ୱର, ଧନକଉଡ଼ା, ଯୁଯୁମୁରା ଏହି ୩ ଟି ବ୍ଲକରେ ଅଧିକାଂଶ ଚାଷ ଜମିରେ ଏବେ ରୋଗପୋକର ପାଦୁର୍ଭାବ ଦେଖିବାକୁ ମିଳିଛି । ଚାଷୀମାନେ ସରକାରୀ ଓ ବେସରକାରୀ ଔଷଧ ଆଣି  ଥରେ ଲେଖାଏଁ ସିଞ୍ଚନ କରିଥିଲେ ମଧ୍ୟ କୌଣସି ଲାଭ ମିଲୁନାହିଁ । ବର୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଚକଡା ଲାଗିଥିବା ବେଳେ ଆଗକୁ ଏହା ଭୟଙ୍କର ରୂପ ନେଇପାରେ ।

ଚକଡା ଦାଉରୁ ରକ୍ଷା ପାଇବା ପାଇଁ ଔଷଧ ବ୍ୟବହାର କରିଥିଲେ ମଧ୍ୟ କାମ ଦେଉନି । ନଷ୍ଟ ହେଲା ଫସଲ । ସେପଟେ କୃଷି ଅଧିକାରୀ କହିଛନ୍ତି ଚାଷୀମାନଙ୍କୁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ । ଉପାନ୍ତ ଅଂଚଳର ଏହି ଚାଷୀ ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।