ପଶ୍ଚିମରୁ ଉପକୂଳ, ଉପାନ୍ତରୁ ସୀମାନ୍ତ ! ଚାରିଆଡେ ଚକଡା ପୋକର ରାଜ, କିନ୍ତୁ ସରକାର ଦେଉଛନ୍ତି ଭୂଲ ତଥ୍ୟ

50

କନକ ବ୍ୟୁରୋ : ସରକାରୀ ହିସାବକୁ ଭୁଲ ପ୍ରମାଣିତ କରିଦେଇଛି ଚକଡ଼ାର ଚଡକ । ଚକଡ଼ା ପୋକ ଆଉ, କେବଳ ୯ଟି ଜିଲ୍ଲାରେ ସୀମିତ ନୁହେଁ । ଏହା ଜିଲ୍ଲାକୁ ଜିଲ୍ଲା ବ୍ୟାପିଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସରକାର ଦେଇଥିବା ତଥ୍ୟ କହୁଛି, ରାଜ୍ୟର ୯ଟି ଜିଲ୍ଲାରେ ଲାଗିଛି ଚକଡ଼ା ପୋକ । ଯେଉଁଥିରେ ପ୍ରାୟ ୨ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ହେଲେ ଏହି ୯ଟି ଜିଲ୍ଲାର ତାଲିକାରେ ନଥିବା ମାଲକାନଗିରି, କେନ୍ଦୁଝର ଏବଂ କଟକ ଜିଲ୍ଲାରୁ ବି ଆସୁଛି ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟର ଖବର ।

ଉପାନ୍ତରୁ ଉପକୂଳ, ପଶ୍ଚିମରୁ ସୀମାନ୍ତ । ଗୋଟିଏ ଚିତ୍ର, ସମାନ କାହାଣୀ । ଚକଡ଼ାର ଚଡ଼କ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । ଚାଷୀଙ୍କ ଭାଗ୍ୟକୁ ଯେମିତି ଉପହାସ କରୁଛି, ପ୍ରତିକାର ଓ ପ୍ରତିଷେଧକ ପାଇଁ ଦିଆଯାଇଥିବା କୀଟନାକଶ ଔଷଧ । ୭ରୁ ୮ଥର ଔଷଧ ଦେବା ସତ୍ୱେ ବି ଫଳ ଶୂନ, ଯାହା ପାଇଁ ଚାଷୀଟିଏ ଆତ୍ମହତ୍ୟାର ପଥକୁ ବାଛି ନେଉଛି ।

4 PM_OTSଉପାନ୍ତ କୋରାପୁଟ ଜିଲ୍ଲାର ୫ଟି ବ୍ଲକର ଶହ ଶହ ଏକର ଚାଷର ଫସଲ, ଚାଲି ଯାଇଛି ଚକଡ଼ା ପୋକଙ୍କ ପେଟକୁ । ଧାର ଉଧାର କରିଥିବା ଚାଷୀଙ୍କ ହାତରେ କେବଳ ଅଗାଡ଼ି । ଯାହା ଗାଈଗୋରୁ ଖାଇବା ପାଇଁ ବି ଆଉ ଉପଯୋଗୀ ହୋଇରହିିନି ।ନୂଆପଡ଼ା ଜିଲ୍ଲା ଫସଲ ବି ଖାଇ ଯାଇଛି ଚକଡ଼ା ପୋକ । ନୂଆପଡ଼ା ବ୍ଲକରେ ୧୮୪୩ ହେକ୍ଟର, ସିନାପାଲି ବ୍ଲକରେ ୮୨୬ ହେକ୍ଟର, କୋମନା ବ୍ଳକ୍ରେ ୪୧ ହେକ୍ଟର, ଖରିଆର ବ୍ଲକରେ ୧୨୦ ହେକ୍ଟର ଏବଂ ବୋଡେନ୍ ବ୍ଲକରେ ୨୮ ହେକ୍ଟର ଫସଲ ନଷ୍ଟ ହୋଇଛି ।

ମାଲକାନଗିରି ଜିଲ୍ଲାରେ ବି ସମାନ ଚିତ୍ର ସାମ୍ନାକୁ ଆସୁଛି । ଏଠି କେବଳ ଚକଡ଼ା ପୋକ ନୁହେଁ କେଣ୍ଡା ଓ ଲେଡ଼ା ପୋକ ଚାଷୀଙ୍କ ପାଇଁ ଦାଉ ସାଧିଛି । ଆଉ ଏଭଳି ସ୍ଥିତିରେ ମୂଳ ଖର୍ଚ୍ଚ ଫେରିବା ନେଇ ଆଶଙ୍କାରେ ଅଛନ୍ତି ଚାଷୀ ।ବରଗଡ଼ରୁ ସାମ୍ନାକୁ ଆସିଥିବା ଏହି ଚକଡ଼ା ପୋକର ପ୍ରକୋପ, ଉପାନ୍ତ ଦେଇ ଉପକୂରେ ପହଂଚିଛି । କଟକ ଜିଲ୍ଲା ନିଆଳି ବ୍ଲକରେ ଉଜୁଡି ଯାଇଛି ଏକର ଏକର ଫସଲ । ବିଶେଷ କରି କପାସି ପଂଚାୟତର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଚକଡ଼ା ପୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବି ବ୍ୟାପିଛି ଚକଡ଼ା ପୋକ । ଘସିପୁରା, ଆନ୍ଦନପୁର ଏବଂ ହାଟଡିହିରେ ମୋଟ୍ ୨୦ ହଜାର ୫ଶହ ହେକ୍ଟର ଫସଲ ଏହି ପୋକ ଯୋଗୁଁ ପ୍ରଭାବିତ ହୋଇଛି ।

ଏସବୁ ଭିତରେ ଆମ ଅନୁରୋଧ ରହିବ-
-କ୍ଷୟକ୍ଷତି ଆକଳନ ପରେ କ୍ଷତିପୂରଣ ଦେବେ ସରକାର, ତେଣୁ ଅପେକ୍ଷା କରନ୍ତୁ ।
-ଧର୍ଯ୍ୟହରା ନହୋଇ ପରିସ୍ଥିତିର ମୁକାବିଲା କରିବା ପାଇଁ ଛିଡ଼ା ହୁଅନ୍ତୁ ଚାଷୀ