ଆସ୍କା ମଙ୍ଗଳପୁରରେ ଏନକାଉଂଟର : ସୁପାରି କିଲର ଚକା ନାହାକକୁ ଗୁଳିକଲା ପୁଲିସ

41

ଆସ୍କା: ଆସ୍କା ମଂଗଳପୁରରେ ପୁଲିସ ଏନକାଉଂଟର । ସୁପାରି କିଲର ଚକା ନାହାକକୁ ଏନକାଉଂଟର  କରିଛି ପୁଲିସ । ଏଥିରେ ଚକାର ବାମ ଗୋଡରେ ଗୁଳି ବାଜିଛି । ଚକା ନାଁରେ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ଚକାର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛି ପୁଲିସ । ଘଟଣାସ୍ଥଳରୁ ପୁଲିସ ଦୁଇଟି ବନ୍ଧୁକ ଜବତ କରିଛି । ଏହାପୁର୍ବରୁ ଗତ ଡିସେମ୍ବର ୨୩ ରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଲୁ ନାହାକକୁ  ପୁଲିସ ଏନକାଉଂଟର କରିଥିଲା ।