ଆଜିବି ଚା’ ବିକି ପରିବାର ପୋଷୁଛନ୍ତି ଏହି ମୁଖ୍ୟମନ୍ତ୍ରୀଙ୍କ ଭଉଣୀ । ପଢନ୍ତୁ ସବୁଠୁ ବଡ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଉଭଣୀଙ୍କ ହୃଦୟସ୍ପର୍ଶୀ କାହାଣୀ

1,385

ସଂସାରର ମୋହମାୟା ଛାଡି ବୈରାଗ୍ୟ ଜୀବନ ଜାପନ କରିବା କିଭଳି ହୋଇଥାଏ, ତାହା ଆପଣ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ପରିବାର ଲୋକଙ୍କଠାରୁ ହିଁ ଜାଣିପାରିବେ ।  ଗୋରଖନାଥ ପୀଠ ଭଳି ପ୍ରଖ୍ୟାତ ମନ୍ଦିରର ମହନ୍ତ ଏବଂ ୫ ଥର ସାଂସଦ  ଆଉ ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ବି ତାଙ୍କର ପରିବାର ସେହି ଅବସ୍ଥାରେ ରହିଛି, ଯାହା ପୂର୍ବରୁ ରହିଥିଲା । ଯେତେବେଳେ ଯୋଗୀ ମହନ୍ତ ବି ହୋଇନଥିଲେ । ଯୋଗୀ  ଆଦିତ୍ୟନାଥ ସନ୍ୟାସୀ ହେବା ପାଇଁ ଗୋଟିଏ ଦିନ ଘରୁ ପାଦ କାଢିଥିଲେ, ଆଉ ସେହି ଦିନଠାରୁ ସେ କେବେ ହେଲେ ପଛକୁ ବୁଲି ଚାହିଁନଥିଲେ ।

ଆଜିର ଦିନରେ ଜଣେ ବ୍ୟକ୍ତି ଯଦି କୌଣସି ବଡ ପଦବୀରେ ତଥା ସାଂସଦ-ବିଧାୟକ ହେବା କ୍ଷଣି ହିଁ ନିଜର ପରିବାର କଣ ବରଂ ବନ୍ଧୁ ପରିଜନକୁ ବି ମାଲାମାଲ କରିଦେଇଥାନ୍ତି, କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କଠାରେ କିଛି ଭିନ୍ନ ଦେଖିବାକୁ ମିଳିଛି । ଯୋଗୀଙ୍କର ତ୍ୟାଗ ଏବଂ ସଚ୍ଚୋଟତା ପାଇଁ ଆଜି ସେ ଅନ୍ୟ ପାଇଁ ମାଇଲ ଖୁଂଟ ବନିଯାଇଛନ୍ତି ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଆଜିବି ତାଙ୍କର ପରିବାର ଗରିବୀର ସୀମାରେଖା ତଳେ ପେଶି ହେଉଛନ୍ତି । ପେଟ ପାଳିବା ପାଇଁ ବଡ ବଡ ପାହାଡ ଆଉ ଜଙ୍ଗଲିଆ ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଆମେ ଏଠାରେ ଆଲୋଚନା କରୁଛୁ ଯୋଗୀ ଆଦିତ୍ୟନାଥଙ୍କ ସବୁଠାରୁ ସାନ ଭଉଣୀ ଶଶିଙ୍କ ବିଷୟରେ । ଯିଏକି ଏବେବି ବହୁ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଶଶି ହୃଷିକେଶଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଅବସ୍ଥିତ ଏକ ମନ୍ଦିର ସାମ୍ନାରେ ବସି ଭୋଗ,  ଫୁଲ ମାଳ ଏବଂ ଚା, ବିସ୍କୁଟ ଆଦି ବିକ୍ରି କରି ନିଜର ପରିବାର ପାଳୁଛନ୍ତି ।

ଯୋଗୀ ଆଦିତ୍ୟନାଥଙ୍କର ଦୁଇ ଭଉଣୀଙ୍କର ଚଳାଚଳ ବେଶ ଭଲ ରହିଛି । କିନ୍ତୁ ସବୁଠାରୁ ସାନ ଭଉଣୀ ଶଶିଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ । ଟଙ୍କାଟିଏ ରୋଜଗାର କରିବା ପାଇଁ ତାଙ୍କୁ ପ୍ରତିଦିନ ଜଙ୍ଗଲିଆ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଶଶିଙ୍କ କହିବା କଥା ହେଲା କି, ଆଜକୁ ୨୭ ବର୍ଷ ପୂର୍ବେ ଯେତେବେଳେ ଯୋଗୀ ଆଦିତ୍ୟନାଥ ଉତରାଖଣ୍ଡର ପଂଚୁରା ଗାଁରେ ରହୁଥିଲେ ସେତେବେଳେ ତାଙ୍କର ପୂରା ପରିବାର ସବୁ ପର୍ବପର୍ବାଣୀରେ ସାଥୀ ହୋଇ ପାଳନ କରୁଥିଲେ । ଶଶି କୁହନ୍ତି କି,  ପିଲାଦିନେ ରକ୍ଷା ବନ୍ଧନ ଦିନ ସେ ତାଙ୍କର ଚାରି ଭାଇଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ ଆଉ ଉପହାର ନାଁରେ  ଯୋଗୀ ଆଦିତ୍ୟନାଥ ଓରଫ୍ ଅଜୟ ବିଷ୍ଟ ସବୁବେଳେ କହୁଥିଲେ କି ଏବେ ତ ମୁଁ କିଛି ରୋଜଗାର କରୁନି କିନ୍ତୁ ଯେତେବେଳେ ମୁଁ ବଡ ହୋଇଯିବ ସେତେବେଳେ ମୁଁ ତତେ ବହୁତ ସାରା ଉପହାର ଦେବି ବୋଲି । ଏଥିପାଇଁ ସେ ବାପାଙ୍କଠାରୁ ଟଙ୍କା ଆଣି ତିନି ଭଉଣୀକୁ ଉପହାର ଆକାରରେ ଦେଉଥିଲେ । ତେବେ ଶଶି କୁହନ୍ତି କି,  ଟଙ୍କା ଦେବା ପରେ ଯୋଗୀ ଆଦିତ୍ୟନାଥ ବାପାଙ୍କ ସେଠାରୁ ଚାଲିଯିବା ପରେ ସେମାନଙ୍କଠାରୁ ଉକ୍ତ ଟଙ୍କାକୁ ପୁଣି ଥର ମାଗି ନେଇଯାଉଥିଲେ ।

ଆଜିର ଦିନରେ ଯୋଗୀ ଆଦିତ୍ୟନାଥଙ୍କର ୨୭ ବର୍ଷ ପୂର୍ବେ ଅଜୟ ବିଷ୍ଟ ନାଁରେ ପରିଚିତ ଥିଲେ । ଏଭଳି ଗୋଟିଏ ଦିନ ସେ ଘର ଛାଡି ଗୋରଖପୁର ଚାଲିଆସିଥିଲେ । ତେବେ ଏହା ପରଠୁ ତାଙ୍କର ଯୋଗୀଙ୍କ ସହ ଆଉ ଭେଟ ହୋଇନି କି, ସେବେଠାରୁ ସେ ତାଙ୍କ ଭାଇ ହାତରେ ରାକ୍ଷୀ ବି ବାନ୍ଧି ନାହାଁନ୍ତି  ବୋଲି ଶଶି କହିଛନ୍ତି ।

Comments are closed.