ପ୍ରଥମ ମ୍ୟାଚରେ ଚହଳ ପକାଇଲେ ଚହଲ । ରଚିଲେ ନୂଆ ରେକର୍ଡ ।

929

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପରେ ଆଜି ନିଜ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାର ସମ୍ମୁଖୀନ ହୋଇଛି । ଟସ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲର ମାନେ ଦକ୍ଷିଣ ଆଫ୍ରିକାକୁ ୨୨୭ ରନ୍‌ରେ ଅଟକାଇ ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍‌ କରିଛି । ସବୁଠାର ବଡ଼ କଥା ଯେ, ଜଣେ ସ୍ପିନରଙ୍କୁ ୪ଟି ଓ୍ଵିକେଟ ମିଳିଛି । ଭାରତର ଯୁବ ବୋଲର ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ଓ୍ଵିକେଟ ନେବା ସହିତ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଚହଲ ୧୦ ଓଭର ବୋଲିଂ କରିଥିଲେ । ସେ ୫୧ ରନ ଖର୍ଚ୍ଚ କରି ଦକ୍ଷିଣ ଆଫ୍ରିକାର ୪ଟି ଓ୍ଵିକେଟ ନେଇଥିଲେ । ୟୁଜବେନ୍ଦ୍ର ଚହଲ କ୍ୟାରିୟରର ପ୍ରଥମ ବିଶ୍ୱକପ ମ୍ୟାଚ ଖେଳୁଛନ୍ତି । ଜଣେ ଭାରତୀୟ ବୋଲର ପଦାର୍ପଣ ସମୟରେ ୨ୟ ସର୍ବାଧିକ ପ୍ରଶଂସନୀୟ ପ୍ରଦର୍ଶନ । ମହମ୍ମଦ ସାମି ୨୦୧୫ରେ ପଦାର୍ପଣ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ଟି ଓ୍ଵିକେଟ ନେଇଥିଲେ । ମାତ୍ର ସେ ୩୫ ରନ ଖର୍ଚ୍ଚ କରିଥିଲେ । ଚହଲ ଦକ୍ଷିଣ ଆଫ୍ରିକାର ୪ଟି ଓ୍ଵିକେଟ ନେଇ ରେକର୍ଡ ପ୍ରଦର୍ଶନ କରିଛନ୍ତି ।