ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବମ୍ପର ଭୋଟିଂ । ସିଇଓଙ୍କ ସୂଚନା, ଓଡ଼ିଶାରେ ହୋଇଛି ୭୩.୭୬% ଭୋଟ, ୨ଟି ବୁଥରେ ହୋଇପାରେ ସାନି ମତଦାନ ।

138

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ପ୍ରଥମ ଚରଣରେ ୭୩.୭୬% ପ୍ରତିଶତ ମତ ସଂଗ୍ରହ ହୋଇଛି । ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଗତକାଲି ଭୋଟ ଗ୍ରହଣ ହୋଇଛି । ଗଣତନ୍ତ୍ରର ଏହି ଭୋଟିଂ ପ୍ରକ୍ରିୟାରେ ୭୩.୦୯% ପ୍ରତିଶତ ପୁରୁଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୭୪.୪୩ ପ୍ରତିଶତ ମହିଳା ଅଂଶ ଗ୍ରହଣ କରିଛନ୍ତି ।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସୂଚନା ଅନୁସାରେ, କଳାହାଣ୍ଡିରେ ୭୫.୮୨ ପ୍ରତିଶତ ଭୋଟ ଇଭିଏମରେ ସିଲ ହୋଇଛି । ନବରଙ୍ଗପୁରରେ ୭୮.୮୯%, ବ୍ରହ୍ମପୁରରେ ୬୫.୫୭% ଓ  କୋରାପୁଟରେ  ୭୪.୭୭% ମତଦାନ ହୋଇଛି । କୋରାପୁଟ କୋଟପାଡରେ ସର୍ବାଧିକ ୮୬ ଦଶମିକ ୮୩ ପ୍ରତିଶତ ଭୋଟିଂ ହୋଇଥିବା  ବ୍ର୍ହ୍ମପୁର ବିଧାନସଭା କ୍ଷେତ୍ରରେ ସବୁଠୁ କମ୍ ୫୬ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ୨ଟି ବୁଥରେ ସାନି ମତଦାନ ପାଇଁ ସୁପାରିସ ହୋଇଛି । ମାଲକାନଗିରିରେ ଗୋଟିଏ ବୁଥ୍ ଓ ବ୍ରହ୍ମପୁରରେ ଗୋଟିଏ ବୁଥରେ ମତଦାନ ପାଇଁ ସୁପାରିଶ ହୋଇଛି । ଏହାକୁ ବିଚାରକୁ ନିଆଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି ।