‘କାଳିଆ’ ଉପରେ ଆଚରଣ ବିଧି ! ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଲା ବିଜେଡି, କହିଲା ବିଜେପି ଚାପରେ ବନ୍ଦ କରାଯାଉଛି କାଳିଆ ଟଙ୍କା ।

472

କନକ ବ୍ୟୁରୋ : କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବାକୁ ଥିବା ଆର୍ଥିକ ସହାୟତା ଦେଇପାରୁ ନାହାଁନ୍ତି ସରକାର । ଏଥିିପାଇଁ ନିର୍ବାଚନ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଛି ବିଜେଡି । ଦଳ କହିଛି, ବିଜେପି ଚାପରେ ନିର୍ବାଚନ ଆଚରଣ ବିଧି ଆଳ ଦେଖାଇ ଏଭଳି କରୁଛନ୍ତି ନିର୍ବାଚନ ଅଧିକାରୀ । ଏହା ସହ କିଭଳି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହାୟତା ଦିଆଯାଉଛି ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପି କହିଛି ହାରିବା ଭୟରେ ଏପରି କହୁଛି ବିଜୁ ଜନତା ଦଳ ।

‘କାଳିଆ’ ଉପରେ ଆଚରଣ ବିଧି? ବନ୍ଦ୍ ହୋଇଯିବ କି ‘କାଳିଆ’ ଟଙ୍କା? ନିର୍ବାଚନ ଅଧିକାରୀଙ୍କ ଉପରେ ବିଜେଡିର ଅଭିଯୋଗ । କାଳିଆ ଯୋଜନାରେ ଚାଷୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ଉପରେ ବ୍ରେକ୍ ଲଗାଇ ଦେଇଛନ୍ତି ନିର୍ବାଚନ ଅଧିକାରୀ । ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେଡି । ଦଳ କହିଛି ନିର୍ବାଚନ ଆଚରଣ ବିଧିର ଆଳ ଦେଖାଇ କାଳିଆ ଯୋଜନା ଉପରେ ଜାଣିଶୁଣି ଅଂକୁଶ ଲଗାଯାଇଛି ।

ଆଉ ଏହି ପରିସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛି ବିଜେଡି । ବିଜେପି ଚାପରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ କାଳିଆ ଯୋଜନାର ଆର୍ଥିକ ସହାୟତା ପାଇବାରେ ବଂଚିତ ହେବେ ବୋଲି ଆଶଙ୍କା କରାଯାଇଛି । ସେପଟେ ବିଜେପି କହିଛି ହାରି ଯିବା ଭୟରେ ଏଭଳି ଅଭିଯୋଗ ଆଣିଛି ବିଜେଡି । ଏହି ଅଭିଯୋଗ କରିବା ସହ ବିଜେଡି ପ୍ରଶ୍ନ କରିଛି କାଳିଆ ଯୋଜନା ବନ୍ଦ କରି ନିର୍ବାଚନ ଅଧିକାରୀ କିପରି କେନ୍ଦ୍ରର ପିଏମ କିଷାନ ଯୋଜନାରେ ସହାୟତା ରାଶି ପ୍ରଦାନ କରୁଛନ୍ତି ।