ପୁଣି ମୋଦିଙ୍କ ଉଚ୍ଚକୋଟିର ପଦକ୍ଷେପ ! ଜଣେ ଝିଅର ଚିଠି ପାଇ ବଦଳାଇଲେ ଦୁଇ ଗାଁର ନାଁ

48

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସେ ଅଗଣିତ ଚିଠି । ଯେଉଁଥିରେ ଥାଏ ସାହାଯ୍ୟ ପାଇଁ ଗୁହାରୀ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି କାହାକୁ ବି ନିରାଶ କରନ୍ତି ନାହିଁ । ନିଜ ସାମର୍ଥ୍ୟ ହିସାବରେ ଦିଅନ୍ତି ଏହାର ଉତ୍ତର । ଏବେ ସେମିତି ଏକ ଘଟଣା ଆସିଛି ସାମ୍ନାକୁ ।

ହରିୟାଣାର ୧୫ବର୍ଷୀୟା ହରପ୍ରିତ୍ ନାମକ ଜଣେ ଯୁବତୀ ମୋଦିଙ୍କୁ ନିଜ ଗାଁର ନାଁ ପରିବର୍ତ୍ତନ କରିବା ପାଇଁ ଚିଠି ଲେଖିଥିଲେ । ଆଉ ଏହି ନାବାଳିକାଙ୍କ ଅନୁରୋଧ କ୍ରମେ ଦୁଇଟି ଗାଁ ର ନାଁର ପରିବର୍ତ୍ତନ କରିବାକୁ ନିଷ୍ପତି ନେଇଛନ୍ତି ମୋଦି ସରକାର ।

ଚିଠିରେ କଣ ଲେଖିଥିଲେ ହରପ୍ରିତ୍ :
ପ୍ରକୃତରେ ହରପ୍ରିତ୍ ଯେଉଁ ଗାଁରେ ରୁହନ୍ତି ତାର ନାଁ ହେଉଛି ‘ଗନ୍ଦା’ । ପ୍ରାୟ ୧ବର୍ଷ ପୂର୍ବେ ହରପ୍ରିତ୍ ନିଜ ଗାଁର ଏହି ନାଁକୁ ପରିବର୍ତ୍ତନ କରିବାକୁ ମୋଦିଙ୍କୁ ଚିଠି ଲେଖିଥିଲେ । ଏହା ସହ ଆଉ ଏକ ଗାଁ ‘କିନ୍ନର’ର ମଧ୍ୟ ନାଁ ପରିବର୍ତ୍ତ ପାଇଁ ଅନୁରୋଧ କରିଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ, କୌଣସି ସ୍ଥାନରେ ଗାଁ ର ନାଁ କହିବା ବେଳେ ଗ୍ରାମବାସୀ ଲଜ୍ଜିତ ଅନୁଭବ କରୁଛନ୍ତି ।

ତେବେ ହରପ୍ରିିତ୍ ତାଙ୍କର ଏହି ଚିଠିର ମୂଲ୍ୟ ପାଇଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଏହି ଦୁଇ ଗାଁର ନାଁ ପରିବର୍ତ୍ତନ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏବେ ଗାଁ ‘ଗନ୍ଦା’ର ନାଁ ପରିବର୍ତ୍ତନ ହୋଇ ‘ଅଜିତ୍ ନଗର’ ରଖାଯିବା ବେଳେ ‘କିନ୍ନର’ ନାଁ ପରିବର୍ତ୍ତନ ହୋଇ ରହିବ ‘ଗୋବୀ ନଗର’ ।