ଜନ୍ମ ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ! ପ୍ରଚଳନ କରିବେ ଗର୍ଭ ନିରୋଧକ ଇଂଜେକସନ୍

85

ପ୍ରଜନନ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଏବେ ନେଇଛନ୍ତି ଏକ ବିକଳ୍ପ ପଦକ୍ଷେପ । ସରକାର ଏବେ ଗର୍ଭ ନିରୋଧକ ଇଂଜେକସନ୍ ପ୍ରଚଳନ କରିବାକୁ ଯାଉଛନ୍ତି । ଏହି ଇଂଜେକସନ୍ ଗୁଡିକୁ ପର୍ଯ୍ୟାୟ କ୍ରମେ ସମସ୍ତ ମେଡିକାଲ କଲେଜ ଏବଂ ଚିକିତ୍ସାଳୟମାନଙ୍କରେ ବ୍ୟବସ୍ଥା କରାଯିବାର ରହିଛି ।

ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏନେଇ ଲୋକସଭାରେ ନିଜର ଉତର ରଖିଛନ୍ତି ଯେ, ଏହି ଗର୍ଭ ନିରୋଧକ ଇଂଜେକସନ୍ ପରେପରେ ସମସ୍ତ ଜିଲ୍ଲା ହସ୍ପିଟାଲ, କମ୍ୟୁନିଟି ହେଲଥ୍ ସେଂଟର, ଏବଂ ପ୍ରାଇମେରୀ ହେଲଥ୍ ସେଂଟର ଗୁଡିକରେ ଉପଲବଧ୍ ହେବ ।

ଗତବର୍ଷ ଡ୍ରଗ୍ ଆଣ୍ଡ୍ ଟେକ୍ନିକାଲ୍ ଆଡଭାଇଜରି କମିଟିଙ୍କ ଗର୍ଭ ନିରୋଧ ପାଇଁ ସରକାରୀ କାର୍ଯ୍ୟକ୍ରମରେ ଦିଆଯାଉଥିବା ଗର୍ଭନିରୋଧକ ମଧ୍ୟରେ ଏହା ହେବ ଷଷ୍ଠ ପ୍ରଣାଳୀ । ସୁପାରିଶ କ୍ରମେ ପରିବାର ନିୟନ୍ତ୍ରଣ ଯୋଜନା କାର୍ଯ୍ୟକ୍ରମ ଅଧୀନରେ ଥିବା ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ଗର୍ଭ ନିରୋଧକ ଇଂଜେକସନକୁ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦନ କରିଥିଲା ।

“ଡିଓକ୍ସି ମେଡ୍ରୋକ୍ସିପ୍ରୋଜେଷ୍ଟ୍ରୋନ୍ ଏସଟେଟ୍’ ନାମକ ଇଂଜେକସନ୍ ଦ୍ୱାରା ୩ମାସ ପର୍ଯ୍ୟନ୍ତ ଗର୍ଭ ସଂଚାର କରାଇବ ନାହିଁ ।

ଏହି କାର୍ଯ୍ୟକ୍ରମକୁ ଘରେ ଘରେ ପହଂଚାଇବା ପାଇଁ ଆଶା ଦିଦି ମାନଙ୍କର ସହାୟତା ମଧ୍ୟ ନିଆଯିବ, ଲୋକ ସଚେତନ ହେବା ସହିତ ଘରେ ଘରେ ମଧ୍ୟ ଏଥିରେ ରହିଥିବା ସୁବିଧାକୁ ଲୋକେ ଜାଣିପାରିବେ, ଏବଂ ତା’ର ଉପକାରିତା ମଧ୍ୟ ବୁଝି ପାରିବେ ।