ଭାରତୀୟ ଅର୍ଥନୀତିରେ ମନ୍ଥର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ମୋଦି ସରକାରଙ୍କ ବଡ ପ୍ଲାନ୍ !

60

କନକ ବ୍ୟୁରୋ : ମନ୍ଥର ପଡିଥିବା ଭାରତୀୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ମୋଦି ସରକାର ଖର୍ଚ୍ଚ କରିବେ ଅତିରିକ୍ତ ୫୦ ହଜାର କୋଟି ଟଙ୍କା । ବିତୀୟ ନିଅଂଟକୁ ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା କରାଯାଉଛି । ଚଳିତ ଆର୍ଥକ ବର୍ଷ ସୁଦ୍ଧା ଅର୍ଥାତ ମାର୍ଚ୍ଚ ୨୦୧୮ ମଧ୍ୟରେ ଏହି ଅତିରିକ୍ତ ଅର୍ଥ ସରକାର ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି । କେଉଁ ଭାବେ ଏହି ଅର୍ଥକୁ ଖର୍ଚ୍ଚ କରାଯିବ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଏହି ଯୋଜନା ସଂପର୍କରେ ଖୁବଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି ସରକାର । ଗତ ତିନି ବର୍ଷରେ ଅଭିବୃଦ୍ଧି ହାର ସବୁଠୁ କମ୍ ରହିଛି ।

ଏହି ସମୟ ମଧ୍ୟରେ ଅଭିବୃଦ୍ଧି ହାର ୨ ପ୍ରତିଶତରୁ ଅଧିକ ଖସି ଆସି ୫.୭ ପ୍ରତିଶତରେ ପହଁଚିଯାଇଛି । ଫଳରେ ଚିନ୍ତା ବଢିଯାଇଛି ସରକାରଙ୍କର । ବିମୁଦ୍ରାକରଣ ଓ ଜିଏସଟି ଲାଗିବା ପରେ ଅଭିବୃଦ୍ଧି କମିଥିବା ନେଇ ମୋଦି ସରକାର ସମାଲୋଚନାର ଶିକାର ହୋଇଛନ୍ତି । ଗତବର୍ଷ ନଭେମ୍ବର ମାସରେ ବିମୁଦ୍ରାକରଣ ହେବା ପରେ ଅଣସଂଗଠିତ କ୍ଷେତ୍ରରେ ଏହାର ନକରାତ୍ମକ ପ୍ରଭାବ ପଡିଥିଲା । ବିଶେଷ କରି ଏହି ସମୟ ମଧ୍ୟରେ ବେକାରୀ ସମସ୍ୟା ଉକ୍ରଟ ହୋଇଛି । ସେପଟେ ଜିଏସଟି ଲାଗୁ ହେବା ପରେ ଉତ୍ପାଦନ କ୍ଷେତ୍ର ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି ।