ଘରୋଇ ସ୍କୁଲମାନଙ୍କର ଫି ବୃଦ୍ଧି ଉପରେ ଲାଗିବ ଲଗାମ : ରୋକିବା ପାଇଁ ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର

71

କନକ ବ୍ୟୁରୋ : ଘରୋଇ ସ୍କୁଲମାନଙ୍କରେ ବାରମ୍ବାର କରାଯାଉଥିବା ଫି ବୃଦ୍ଧି ଉପରେ ଲାଗିବ ଲଗାମ । ଫି-ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ନିୟମ । ଉତ୍ତରପ୍ରଦେଶ ସରକାର ଏହି ନିୟମ ଆଣି ସଫଳତା ପାଇବା ପରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଷ୍ଟେକହୋଲ୍ଡରଙ୍କ ମତାମତ ନେଉଛନ୍ତି । ଏବଂ ନିୟମ ପ୍ରଣୟନ କରିବା ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ବିଭାଗୀୟ ଉଚ୍ଚପଦାଧିକାରୀ । ରାଜ୍ୟ ସ୍ତରରେ ସ୍କୁଲର ରେଜିଷ୍ଟ୍ରେସନ କରାଯାଉଥିବାରୁ ରଜ୍ୟ ସରକାରମାନେ ସ୍କୁଲ ଫି ନିର୍ଦ୍ଧାରଣ କରିବେ । ଏଥିପାଇଁ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି । ଚଳିତ ବର୍ଷର ଅପ୍ରେଲ ମାସରେ ଉତ୍ତରପ୍ରଦେଶ ସରକାର ଘରୋଇ ସ୍କୁଲ ପାଇଁ ଏକ ଅର୍ଡିନାସ ପାସ୍ କରିଥିଲେ ।

ଏହି ଆଇନ ଦ୍ୱାରା ଘରୋଇ ସ୍କୁଲମାନେ ମନଇଛା କରୁଥିବା ଫି-ବୃଦ୍ଧି ଉପରେ ରୋକ୍ ଲାଗିବ । ଏବଂ ବାର୍ଷିକ ୮ପ୍ରତିଶତରୁ ଅଧିକ ଫି-ବୃଦ୍ଧି କରିପାରିବେ ନାହିଁ । ସେହିପରି୨୦୧୫-୧୬କୁ ଭିତ୍ତି ଭାବେ ନେଇ କେନ୍ଦ୍ର ସରକାର ଯେଉଁ ଫି ନିୟନ୍ତ୍ରଣ ନିୟାମକ ଆଣିବାକୁ ଯାଉଛନ୍ତି ତାହା ବାର୍ଷିକ ଜଣେ ଛାତ୍ର ଠାରୁ ୨୦ ହଜାର ଟଙ୍କାରୁ ଊର୍ଧ୍ୱ ଫି ଆଦାୟ କରୁଥିବା ବିଦ୍ୟାଳୟ ପାଇଁ ଲାଗୁ ହେବ।ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ଫି ନିୟନ୍ତ୍ରଣ ନିୟମାକ ପାଇଁ ଏକ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାର ସୂଚନା ଦେଇଛନ୍ତି। ଏହି ନିୟମ ସମସ୍ତ ଘରୋଇ ସ୍କୁଲମାନଙ୍କ ପାଇଁ ଲାଗୁ ହେବ । ସ୍କୁଲ-ଫି ବୃଦ୍ଧିକୁ ନେଇ ଅନେକ ସମୟରେ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ମୁହାଁମୁହିଁ ହେଉଥିବାର ଖବର ସାମନାକୁ ଆସିଥାଏ ।